ମୁମ୍ବଇ : ଛୋଟ ପରଦାରୁ ଯାଇ ଖୁବଶୀଘ୍ର ବଲିଉଡ଼ରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଆଉ ଏକ ଚଳଚ୍ଚିତ୍ରର ଅଫର୍ ମିଳିଛି। ଲୋକପ୍ରିୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଜର୍ସୀ’ର ହିନ୍ଦୀ ରିମେକ୍ରେ ମୃଣାଳ ଶାହିଦ୍ କପୁରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିପାରନ୍ତି।
ସୂଚନା ଅନୁସାରେ, ପୂର୍ବରୁ ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିଲା। ମାତ୍ର କୌଣସି କାରଣରୁ ନିର୍ମାତା ଏବେ ତାଙ୍କ ବଦଳରେ ମୃଣାଳଙ୍କୁ ଏହି ଅଫର୍ ଦେଇଛନ୍ତି। ମୃଣାଳଙ୍କୁ ମଧ୍ୟ ସ୍କ୍ରିପ୍ଟ ପସନ୍ଦ ଆସିଥିବା ଜଣାପଡ଼ିଛି। ତେବେ ଏଯାଏଁ ମୃଣାଳ ଚଳଚ୍ଚିତ୍ର ସାଇନ୍ କରି ନାହାନ୍ତି।
‘ଜର୍ସୀ’ ରିମେକ୍ରେ ଶାହିଦଙ୍କ ସହ ମୃଣାଳ!
Popular Categories



