www.samajalive.in
Friday, December 12, 2025
14.1 C
Bhubaneswar

ଆମାଜନ ଓ ଫ୍ଲିପ୍‍କାର୍ଟର ବ୍ୟବସାୟ ଢାଞ୍ଚାର ସମୀକ୍ଷା ହେବ : ପିୟୁଷ୍‍ ଗୋଏଲ୍‍

ମୁମ୍ବଇ : ଆମାଜନ ଓ ଫ୍ଲିପ୍‍କାର୍ଟ ଭଳି ବିଦେଶୀ ସଂସ୍ଥାର ବ୍ୟବସାୟ ଢାଞ୍ଚାର ସମୀକ୍ଷା ହେବ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ୍‍ ଗୋଏଲ୍‍ କହିଛନ୍ତି । ୱାଲ୍‍ମାର୍ଟ ସଂସ୍ଥାର ମାଲିକାନାରେ ଚାଲୁଥିବା ଆମାଜନ ଓ ଫ୍ଲିପ୍‍କାର୍ଟ କମ୍ପାନୀ ଅତି ଶସ୍ତାରେ ସାମଗ୍ରୀ ଯୋଗାଉଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ସରକାରଙ୍କ ପକ୍ଷରୁ ତାହା ତଦନ୍ତ କରାଯାଉଛି । ମୁମ୍ବଇଠାରେ ଶ୍ରୀ ଗୋଏଲ୍‍ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ଦୁଇ କମ୍ପାନୀ ଅତି ଶସ୍ତାରେ ସାମଗ୍ରୀ ଯୋଗାଉଥିବାରୁ ଅନ୍ୟାନ୍ୟ କମ୍ପାନୀଗୁଡ଼ିକ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ନ ପାରି କ୍ଷତି ସହୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏହି ଦୁଇ କମ୍ପାନୀକୁ ଜବାବ ମଗାଯାଇଛି।

ରିହାତି ମୂଲ୍ୟରେ ଜିନିଷପତ୍ର ବିକିବାର ଅଧିକାର ଇ-କମର୍ସ କମ୍ପାନୀମାନଙ୍କର ନାହିଁ। ସେମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହିଲେ ଖୁଚୁରା କ୍ଷେତ୍ରରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହେବେ। କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବା ଇ-କମର୍ସ କମ୍ପାନୀଗୁଡ଼ିକର କାର୍ଯ୍ୟ ଏବଂ ସେମାନଙ୍କର ସାମଗ୍ରୀ ବିକ୍ରିର ଅଧିକାର ନାହିଁ ବୋଲି ବାଣିଜ୍ୟ ମନ୍ତ୍ରୀ କହିଛନ୍ତି । ଅଖିଳ ଭାରତ ବ୍ୟବସାୟୀ ସଂଘ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସବୁ ଇ-କମର୍ସ କମ୍ପାନୀ ଏବଂ ନିର୍ଦ୍ଦିଷ୍ଟ ଭାବେ ଆମାଜନ ଓ ଫ୍ଲିପ୍‍କାର୍ଟ ଭଳି ବିଦେଶୀ ସଂସ୍ଥାର ବ୍ୟବସାୟ ଢାଞ୍ଚାର ସମୀକ୍ଷା କରିବାକୁ ଦାବି କରିଛି। ସରକାର ଏହି ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗୋଏଲ୍‍ କହିଛନ୍ତି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories