www.samajalive.in
Sunday, December 14, 2025
16.1 C
Bhubaneswar

ପିଏମ୍‍ସି ବ୍ୟାଙ୍କ ଦୁର୍ନୀତି ମାମଲା : ୨୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ୩ ଅଭିଯୁକ୍ତ

ମୁମ୍ବଇ : ମୁମ୍ବଇର ଏକ ଅଦାଲତ ପିଏମ୍‍ସି ବ୍ୟାଙ୍କ ଦୁର୍ନୀତି ମାମଲାର ତିନିଜଣ ଅଭିଯୁକ୍ତଙ୍କୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ସେହି ତିନିଜଣ ଅଭିଯୁକ୍ତ ହେଉଛନ୍ତି ହାଉସିଂ ଡେଭଲପ୍‍ମେଣ୍ଟ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଲିମିଟେଡ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ରାକେଶ ୱାଧୱା, ତାଙ୍କ ପୁଅ ସାରଙ୍ଗ ଓ ପିଏମ୍‍ସି. ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ୱାରିଅମ୍‍ ସିଂହ। ସେମାନଙ୍କୁ ମେଟ୍ରୋପଲିଟାନ୍‍ ମାଜିଷ୍ଟ୍ରେଟ୍‍ ଏସ୍‍ଜି ଶେଖ୍‍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ପରେ ପ୍ରବର୍ତ୍ତନ ନିର୍ଦେଶାଳୟ କଳାଧନ ନିବାରଣ ଆଇନ ପାଇଁ ଥିବା ମୁମ୍ବାଇର ସ୍ୱତନ୍ତ୍ର ଅଦାଲତଙ୍କର ଦ୍ୱାରସ୍ଥ ହୋଇ ୱାଧୱାଙ୍କୁ ହାଜତକୁ ନେବାପାଇଁ ଚାହିଁଥିଲା। କୋର୍ଟ କୌଣସି ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ନ କରି ପ୍ରବର୍ତ୍ତନ ନିର୍ଦେଶାଳୟକୁ ଏଥିପାଇଁ ଆବଶ୍ୟକ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ କହିଛନ୍ତି।

ଚଳିତମାସ ପ୍ରାରମ୍ଭରେ ମୁମ୍ବାଇ ପୋଲିସ୍‍ ଅର୍ଥନୈତିକ ଅପରାଧ ଶାଖା ୱାଧୱା ଏବଂ ପିଏମ୍‍ସି ବ୍ୟାଙ୍କର ପ୍ରମୁଖ କର୍ମକର୍ତ୍ତାମାନଙ୍କ
ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଥିଲା। ସେମାନେ ବ୍ୟାଙ୍କ ପ୍ରତି ୪ ହଜାର ୩୫୫ କୋଟି ଟଙ୍କାର କ୍ଷତି ପହଞ୍ଚାଇଥିବାର ଅଭିଯୋଗ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories