www.samajalive.in
Friday, December 12, 2025
27.1 C
Bhubaneswar

କରୱାଚୌଥରେ ରାଶି ଅନୁଯାୟୀ ପିନ୍ଧନ୍ତୁ ପୋଷାକ, ଦାମ୍ପତ୍ୟ ଜୀବନ ହେବ ସୁଖମୟ

ଆଜି ହେଉଛି କରୱାଚୌଥ। ଏହି ଦିନଟି ହେଉଛି ଭଲ ପାଇବାର ପ୍ରତୀକ ଓ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ମହିଳାମାନେ ଏହି ଦିନ ଉପବାସ କରିଥାଆନ୍ତି। ଏହି ଦିନରେ ମହିଳାମାନେ ସୁନ୍ଦର ପୋଷାକ ପିନ୍ଧିବା ସହ ନିଜର ମେକଅପ ପ୍ରତି ମଧ୍ୟ ଧ୍ୟାନ ଦେଇଥାଆନ୍ତି। ତେବେ ରାଶି ଅନୁଯାୟୀ ଜାଣନ୍ତୁ କେଉଁ ରଙ୍ଗ ପୋଷାକ ମହିଳାଙ୍କ ପାଇଁ ଶୁଭଙ୍କର ….
ମେଷ ରାଶି – ଏହି ରାଶିର ମହିଳାମାନେ ଲାଲ ଓ ଗୋଲ୍ଡେନ ରଙ୍ଗର ପୋଷାକ ଧାରଣ କରିବା ଶୁଭଙ୍କର।
ବୃଷ ରାଶି – ଏହି ରାଶିର ମହିଳାମାନେ ସିଲଭର ଓ ଲାଲ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ମିଥୁନ ରାଶି – ଏହି ରାଶିର ମହିଳାମାନେ ସବୁଜ ରଙ୍ଗର ଶାଢୀ ଓ ଲାଲ ରଙ୍ଗର ଚୂଡ଼ି ପିନ୍ଧି ଚାନ୍ଦଙ୍କୁ ପୂଜା କରିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହେବା ସହ ହସଖୁସିରେ ଜୀବନ ଅତିବାହିତ ହେବ।
କର୍କଟ ରାଶି – ଏହି ରାଶିର ମହିଳାମାନେ ଲାଲ ରଙ୍ଗରେ ସାମାନ୍ୟ ଧଳା ରଙ୍ଗ, ଓ ରଙ୍ଗବେରଙ୍ଗର ଚୂଡ଼ି ପିନ୍ଧିବା ଶୁଭଙ୍କର।
ସିଂହ ରାଶି – ଏହି ରାଶିର ମହିଳାମାନେ ଲାଲ, କମଳା, ଗୋଲାପି, ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିପାରିବେ। ଏହି ରଙ୍ଗର ଶାଢୀ ପିନ୍ଧିଲେ ମହିଳାଙ୍କ ଜୀବନ ସୁଖମୟ ହୋଇଥାଏ।
କନ୍ୟା ରାଶି – ଏହି ରାଶିର ମହିଳାମାନେ ଲାଲ ଓ ସବୁଜ ରଙ୍ଗ ମିଶ୍ରିତ କିମ୍ବା ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିପାରିବେ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯାଏ।
ତୁଳା ରାଶି – ଏହି ରାଶିର ମହିଳାମାନେ ଲାଲ ଓ ସିଲଭର ରଙ୍ଗ ମିଶ୍ରିତ ଶାଢୀ ପିନ୍ଧିବା ଦ୍ୱାରା ଉଭୟଙ୍କ ମଧ୍ୟରେ ଭଲପାଇବା ସର୍ବଦା ରହିବ।
ବିଛା ରାଶି – ଏହି ରାଶିର ମହିଳାମାନେ ଲାଲ, ମେରୁନ, ଗୋଲ୍ଡେନ ପୋଷାକ ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ଉଭୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇଥାଏ।
ଧନୁ ରାଶି – ଏହି ରାଶିର ମହିଳାମାନେ ହଳଦିଆ କିମ୍ବା ଆକାଶୀ ରଙ୍ଗର ଶାଢୀ ପିନ୍ଧିବା ଶୁଭଙ୍କର।
ମକର ରାଶି – ଏହି ରାଶିର ମହିଳାମାନେ ଗାଢ ନୀଳ ରଙ୍ଗର ଶାଢୀ ପିନ୍ଧିବା ଶୁଭଙ୍କର।
କୁମ୍ଭ ରାଶି – ଏହି ରାଶିର ମହିଳାମାନେ ସିଲଭର ଓ ନୀଳ ରଙ୍ଗ ପୋଷାକ ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ଗୃହସ୍ଥ ଜୀବନ ସୁଖମୟ ହୋଇଥାଏ।
ମୀନ ରାଶି – ଏହି ରାଶିର ମହିଳାମାନେ ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories