www.samajalive.in
Friday, December 12, 2025
27.1 C
Bhubaneswar

ବଲିଉଡରେ ଡେବ୍ୟୁ କରିବେ ଏହି ଷ୍ଟାର କିଡ୍, ଜାଣନ୍ତୁ ସେ କାହାର ନାତି

ସ୍ବର୍ଗତ ବର୍ଷିଆନ୍ ଅଭିନେତା ଅମରେଶ ପୁରୀଙ୍କ ନାତି ଭର୍ଧନ୍ ପୁରୀ ବଲିଉଡ​‌ରେ ଅଭିନୟ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ରୋମାଣ୍ଟିକ ଫିଲ୍ମ ‘ୟେ ସାଲି ଆଶିକି’ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବେ। ଏହି ଫିଲ୍ମର ଟ୍ରିଲର ଓ ଫୋଷ୍ଟର ରିଲିଜ ହୋଇଛି। ରକ୍ତ ଲଗା ଦୁଇଟି ଅଙ୍ଗୁଳରେ ହାର୍ଟ ସେପ୍ ହୋଇଥିବା ପୋଷ୍ଟରରେ ଦେଖିବାକୁ ମିଳିଛି।

- Advertisement -

ଏହା ସହ ପୋଷ୍ଟରରେ ‘ଲଭର୍ସ୍, ବିୱାର’ ଅର୍ଥାତ୍ ‘ପ୍ରେମ କରୁଥିବା ଲୋକ ସାବଧାନ’ ବୋଲି ମେସେଜ ଲେଖା ହୋଇଛି। ଏହି ଫିଲ୍ମରେ ଭର୍ଧନ୍ ପୁରୀଙ୍କ ସହ ଅଭିନେତ୍ରୀ ଶିଭଲିକା ଓବେରୟଙ୍କୁ ଦେଖିବାକୁ ମିଳିବ। ଚେରାଗ ରୂପାରେଲ ଏହି ଫିଲ୍ମର ନିଦେର୍ଶନା ଦେଇଥିବା ବେଳେ ଡ.ଜୟନ୍ତୀ ଲାଲ ଗଡା ଏବଂ ରାଜୀବ ଅମରୀଶ ପୁରୀ ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଏହି ଫିଲ୍ମଟି ନଭେମ୍ବର ୨୨ରେ ରିଲିଜ ହେବ।

ସିନେମା ସମାଲୋଚକ ତଥା ଟ୍ରେଣ୍ଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବୁଟରେ ଏହି ପୋଷ୍ଟର ଶେୟାର କରି ଲେଖିଛନ୍ତି, ‘ୟେ ସାଲି ଆଶିକି’ ଫିଲ୍ମ ମାଧ୍ୟମରେ ଅଭିନେତା ଅମରେଶ ପୁରୀଙ୍କ ନାତି ଭର୍ଧନ୍ ପୁରୀ ବିଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ବଲିଉଡର ଖ୍ୟାତାନାମା ଅଭିନେତା ଅମରେଶ ପୁରୀ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ହେଁ ‘ମିଷ୍ଟର ଇଣ୍ଡିଆ’ ଫିଲ୍ମ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଦିଲୱାଲେ ଦୁଲହନ ଲେ ଯାୟେଙ୍ଗେ, ନାୟକ, ଗଦର: ଏକ ପ୍ରେମ କଥା ଭଳି ଅନେକ ସୁଷ୍ଟରହିଟ୍ ଫିଲ୍ମରେ ସେ କାମ କରିଛନ୍ତି। ୨୦୦୫ ଜାନୁଆରୀ ୧୨ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

 

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories