ପିତା-କନ୍ୟାଙ୍କ ଏଭେରେଷ୍ଟ ଅଭିଯାନ: ଦେଶର ପ୍ରଥମ
ଡେରାଡୁନ୍: ଅଜିତ୍ ବଜାଜ୍ ଓ ତାଙ୍କ କନ୍ୟା ଦୀୟା ବଜାଜ୍ ମାଉଣ୍ଟ ଏଭେରେଷ୍ଟ ଆରୋହଣ ଅଭିଯାନ ଆରମ୍ଭ କରିଛନ୍ତି। ଏଭଳି ଦୁଃସାହସିକ ଅଭିଯାନରେ ନିଜ କନ୍ୟା ସହିତ ପିତାଙ୍କ ସାମିଲ୍ ହେବା ଭାରତରେ ପ୍ରଥମ। ଭାରତରେ ଏବେ ବି ଏପରି ଅନେକ ଅଞ୍ଚଳ ଅଛି ଯେଉଁଠାରେ କନ୍ୟା ସନ୍ତାନମାନଙ୍କୁ ପାଠ ପଢ଼ିବା ପାଇଁ ବିଦ୍ୟାଳୟକୁ ଛାଡ଼ିବାକୁ ପରିବାର ଲୋକେ ଅନିଚ୍ଛା ପ୍ରକାଶ କରନ୍ତି। ଏଭଳି ସ୍ଥଳରେ ଦୁଃସାହସିକ ପର୍ବତାରୋହଣ ପାଇଁ ଝିଅକୁ ଅନୁମତି ଦେବା ସହିତ ନିଜେ ସାମିଲ୍ ହୋଇ ଅଜିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କନ୍ୟା ସନ୍ତାନମାନେ କୌଣସି ଗୁଣରେ କମ୍ ନୁହନ୍ତି – ଏହି ସନ୍ଦେଶ ଦେବା ଲାଗି ଅଜିତ ଓ ଦୀୟା ଅଭିଯାନ ଆରମ୍ଭ କରିଛନ୍ତି।