www.samajalive.in
Saturday, December 13, 2025
23.1 C
Bhubaneswar

ବିଏମସି ବ୍ୟାଙ୍କ ଠକେଇ ମାମଲା – ହୃଦଘାତରେ ପ୍ରାଣ ହରାଇଲେ ଉପଭୋକ୍ତା

ନୂଆଦିଲ୍ଲୀ: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ ଠକେଇ ମାମଲାରେ ଏକ ଅଭାବନୀୟ ଘଟଣା କ୍ରମରେ ମଙ୍ଗଳବାର ଜଣେ ଜେଟ ଏୟାରୱେଜର ପୂର୍ବତନ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ତାଙ୍କ ସାରା ଜୀବନର ଜମାପୁଞ୍ଜି ୯୦ ଲକ୍ଷ ଟଙ୍କା ସେହି ବ୍ୟାଙ୍କରେ ଜମା ରଖିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ୫୧ ବର୍ଷୀୟ ସଞ୍ଜୟ ଗୁଲାଟି ଜେଟ ଏୟାରୱେଜରେ ଚାକିରୀ କରୁଥିଲେ କିନ୍ତୁ କିଛିଦିନ ପୂର୍ବରୁ ମାନ୍ଦାବସ୍ଥା ଯୋଗୁ ତାଙ୍କୁ ଚାକିରୀ ହରାଇବାକୁ ପଡିଥିଲା। ସେ ଅନ୍ୟ କୌଣସି କାର୍ଯ୍ୟ କରିବା ବିଷୟ ଚିନ୍ତା କରିବା ପୂର୍ବରୁ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କରେ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ ଓ ଅନ୍ୟମାନଙ୍କ ଭଳି ନିଜ ଜମା ଅର୍ଥ ଫେରିପାଇବା ପାଇଁ ବିଭିନ୍ନ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହେଉଥିଲେ।

ଆଜି ସେ ଅନ୍ୟମାନଙ୍କ ସହ ଓସିୱାରାରେ ବିଏମସି ବ୍ୟାଙ୍କ ମାମଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରିଥିଏ। ସେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କର ହୃଦଘାତ ହୋଇଥିଲା। ତାଙ୍କୁ ସଂଗେ ସଂଗେ କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲକୁ ନିଆଯାଇ ଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଜଣେ ଦିବ୍ୟାଙ୍ଗ ପୁଅ ଥିବା ଜଣାପଡିଛି ଯେଉଁଠି ପାଇଁ ସେ ସବୁ ବେଳେ ଅର୍ଥ ଆବଶ୍ୟକ କରିଥାନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପିଏମସି ଉପଭୋକ୍ତାମାନଙ୍କ ପାଇଁ ଅର୍ଥ ଉଠାଣରେ ପ୍ରତିବନ୍ଧକ ଜାରି କରାଯାଇଥିଲା।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories