www.samajalive.in
Friday, December 12, 2025
14.1 C
Bhubaneswar

ଯାଜପୁର ଡାକ୍ତରଖାନାର ଭିତ୍ତିଭୂମି ଯାଞ୍ଚ କଲେ ୫ଟି ଅନୁଧ୍ୟାନକାରୀ ଦଳ

ଯାଜପୁର : ରାଜ୍ୟ ସରକାରଙ୍କ ୫ଟି ଅନୁଧ୍ୟାନକାରୀ ଦଳ ରବିବାର ଯାଜପୁରରେ ପହଞ୍ଚିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପୁନମ ଗୁହା, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ଏବଂ ଯୁଗ୍ମ ସଚିବ ଆଦିତ୍ୟ ମହାପାତ୍ର ଟିମରେ ସାମିଲ ଅଛନ୍ତି।
ଏହି ସର୍ବେକ୍ଷଣ ସମୟରେ ରୋଗୀ ସେବା ପାଇଁ ବିଭିନ୍ନ ଆନୁସଙ୍ଗିକ ଯନ୍ତ୍ରପାତି ଡ଼ିଏମ୍ ଫଣ୍ଡ(ଜିଲା ଖଣିଜ ପାଣ୍ଠି)ରୁ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଖୁବଶୀଘ୍ର ଆଇସିୟୁ, ଡିଜିଟାଲ ଏକ୍ସରେ ଓ ମାଗଣା ଔଷଧ ବିତରଣ କେନ୍ଦ୍ର ଗୋଟିଏ ପରିବର୍ତ୍ତେ ଦୁଇଟି କାର୍ୟ୍ୟକ୍ଷମ କରିବା ପାଇଁ ଜିଲା ପ୍ରଶାସନ ସହ ଆଲୋଚନା କରିବା ପରେ ସିଡ଼ିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁଧ୍ୟାନ ସମୟରେ ଯାଜପୁର ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଏସପି ଚରଣ ସିଂହ ମିନା, ସିଡ଼ିଏମଓ ଅରୁଣ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories