www.samajalive.in
Thursday, December 11, 2025
18.1 C
Bhubaneswar

ଫଲୋଅନ ପରେ ଦକ୍ଷିଣ ଆଫ୍ରିକାର ସଂଘର୍ଷ, ବିଜୟ ଅଭିମୁଖେ ଭାରତ

ପୁଣେ: ପୁଣେରେ ଚାଲିଥିବା ୨ୟ ଟେଷ୍ଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ଫଲୋଅନ୍‌ ମିଳିବା ପରେ ଦଳ ଦ୍ବିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୪ର୍ଥ ଦିବସର ମଧ୍ୟାହ୍ନଭୋଜନ ବିରତି ପରେ ଖେଳ ଚାଲିଥିବାବେଳେ ଦଳ ୫ ୱିକେଟ ବିନିମୟରେ ୮୫ ରନ ସଂଗ୍ରହ କରିଛି।

ପ୍ରଥମ ଇନିଂସରେ ଭାରତର ୬୦୧ ରନ ଜବାବରେ ଦକ୍ଷିଣ ଆଫ୍ରିକା ୩ୟ ଦିବସ ଶେଷ ସୁଦ୍ଧା ୨୭୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହା ପରେ ଭାରତ ଭ୍ରମଣକାରୀ ଦଳକୁ ଫଲୋଅନ୍‌ ଦେଇଥିଲା। ଫଳରେ ୪ର୍ଥ ଦିନରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭ କରିଥିଲା। ତେବେ ବିନା କୌଣସି ରନରେ ଦଳ ପ୍ରଥମ ୱିକେଟ ହରାଇଥିଲା। ଏଡେନ ମର୍କରମ ଇଶାନ୍ତ ଶର୍ମାଙ୍କ ବଲରେ ଏଲବିଡବ୍ଲୁ ହୋଇ ପ୍ୟାଭିଲିୟନକୁ ଫେରିଯାଇଥିଲେ। ପରେ ପରେ ଥିଉନିସ ଡି ବ୍ରୁଇନ, ଫାପ ଡୁ ପ୍ଲେସିସ୍‌, ଡିନ ଏଲଗାର ଏବଂ ଡି କକ୍‌ ଜଣକ ପରେ ଜଣେ ଆଉଟ ହୋଇଯାଇଥିଲେ। ଏଲଗାର ୪୮ ରନ କରିବାରେ ସମର୍ଥ  ହୋଇଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ। ଭାରତ ପକ୍ଷରୁ ଆର. ଅଶ୍ଵିନୀ ୨ଟି ୱିକେଟ ନେଇଥିଲାବେଳେ ଇଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ ଅକ୍ତିଆର କରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories