www.samajalive.in
Saturday, December 6, 2025
26.1 C
Bhubaneswar

ଇଲେକ୍ଟ୍ରିକ୍ ଗାଡ଼ି ସୋ’ରୁମ୍ ‘କେ୨କେ ଇମୋଟିଭସ୍‌’ ଉଦ୍‌ଘାଟିତ

ଭୁ‌ବନେଶ୍ବର : କେ୨କେ ଇମୋଟିଭସ୍‌ର ନୂଆ ଇଲେକ୍ଟ୍ରିକ୍ ଗାଡ଼ି ସୋ’ରୁମ୍ ଉଦ୍‌ଘାଟିତ ହୋଇଛି। ମହାରାଷ୍ଟ୍ରର ଉଷା କମ୍ୟୁନିକେସନ ଆଣ୍ଡ୍‌ ଏଣ୍ଟରପ୍ରାଇଜେସ୍‌ (ୟୁସିଇ) ପକ୍ଷରୁ ଏହାର ଇ-ସ୍କୁଟର, ଇ-ବାଇକ୍, ଇ-ରିକ୍ସା, ଲୋଡର୍‌ ରିକ୍ସା ଆଦି ବିକ୍ରି କରିବା ଲାଗି ଏହି ସୋ’ରୁମ୍ ଖୋଲାଯାଇଛି। ଏହି ଅବସରରେ ୟୁସିଇର ଅଧ୍ୟକ୍ଷ ରାଜନ ସାଇନି କହିଛନ୍ତି ଯେ, କମ୍ପାନୀର ସ୍କୁଟର ଓ ବାଇକ୍‌ର ଡିଜାଇନ୍ ବହୁତ ଆକର୍ଷଣୀୟ ା ସେଗୁଡ଼ିକ ଯୁବପିଢ଼ିକୁ ଆକର୍ଷିତ କରିବା ଭଳି ପ୍ରସ୍ତୁତ କରାଯାଇଛି। ସେହିପରି, କେ୨କେ ଇମୋଟିଭସ୍‌ର ପରିଚାଳନା ନିର୍ଦେଶକ ଜୟ ବାତ୍ରା କହିଛନ୍ତି ‌ଯେ, ଆଜିର ଗ୍ରାହକମାନେ ଷ୍ଟାଇଲକୁ ପସନ୍ଦ କରୁଥିବା ବେଳେ ପରିବେଶକୁ ନେଇ ମଧ୍ୟ ବହୁତ ସଚେତନ। ସେଭଳି ଗ୍ରାହକଙ୍କ ପାଇଁ ଆମେ ଇ-ଯାନ ଆଣିବା ଲାଗି ୟୁସିଇ ସହିତ ସହଯୋଗିତା ସ୍ଥାପନ କରିଛୁ। ଏହି ଅବସରରେ ଅଭିନେତା ସିଦ୍ଧାନ୍ତ କହିଛନ୍ତି ଯେ, ୟୁସିଇର ଗାଡ଼ିକୁ ଥରେ ରିଚାର୍ଜ କଲେ ଏଥିରେ ୧୨୦ କିମି ଯାଏ ଯାତ୍ରା କରିହେବ। ୟୁସିଇ ସ୍କୁଟର ଓ ବାଇକ୍‌ଗୁଡ଼ିକର ଦାମ୍ ୬୭,୦୦୦ରୁ ୯୭,୦୦୦ ଟଙ୍କା ମଧ୍ୟରେ ରହିଛି। ଏହା ଉପରେ ୪ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories