www.samajalive.in
Saturday, December 6, 2025
26.1 C
Bhubaneswar

ଶରତ ପୂର୍ଣ୍ଣିମାରେ ହୋଇଥାଏ ସ୍ୱର୍ଗରୁ ଅମୃତ ବର୍ଷା, ଏଭଳି କରନ୍ତୁ ପୂଜାର୍ଚ୍ଚନା

ରବିବାର ଅର୍ଥାତ ଆସନ୍ତା କାଲି ହେଉଛି ପବିତ୍ର ଶରତ ପୂର୍ଣ୍ଣିମା (କୁମାର ପୂର୍ଣ୍ଣିମା)। ଶରତ ଋତୁରେ ଏହା ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣମା ମଧ୍ୟ କୁହାଯାଏ।ଏହିଦିନରେ ମନ୍ଦିରମାନଙ୍କରେ ବିଶେଷ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ଅନୁଯାୟୀ ଏହି ଦିନ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥାଏ ଓ ଦେବତାଙ୍କ ବିଶେଷ କୃପା ମିଳିବା ସହ ସ୍ୱର୍ଗରୁ ଅମୃତ ବର୍ଷା ହୋଇଥାଏ। ମା’ଲକ୍ଷ୍ମୀଙ୍କ ମଧ୍ୟ କୃପା ଓ ଆଶୀର୍ବାଦ ମିଳିଥାଏ।
ଶରତ ପୂର୍ଣ୍ଣିମାର ମହତ୍ତ୍ୱ –
ଏହି ଦିନ ସକାଳୁ ସ୍ନାନ କରି ବ୍ରତ ରଖି ରଖାଯାଏ। ନିଜ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ଦେବୀଦେବତାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଏ।
ଏହି ପୂର୍ଣ୍ଣିମା ଦିନ ଚନ୍ଦ୍ରମା ପୃଥିବୀର ଖୁବ ନିକଟତର ହୋଇଥାଆନ୍ତି। ଏହିଦିନ ଶରୀରରେ ଚନ୍ଦ୍ରମାଙ୍କ କିରଣ ପଡ଼ିଲେ ଏହାକୁ ଖୁବ ଶଭୁଫଳ ପ୍ରଦାନ କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଏହି ଦିନ ଗାଈ କ୍ଷୀରରେ ଚିନି ମିଶାଇ ଖିରୀ ପ୍ରସ୍ତୁତ କରନ୍ତୁ। ଘରେ ଭଗବାନଙ୍କ ନିକଟରେ କିଛି ଖିରୀ ଭୋଗ କରନ୍ତୁ। ପରେ ଆକାଶରେ ଚନ୍ଦ୍ରମା ମଧ୍ୟ ସ୍ଥାନରେ ଥିବା ଅବସ୍ଥାରେ ଖିରୀକୁ ଏକ ଚାନ୍ଦି ପାତ୍ରରେ ନେଇ ଚନ୍ଦ୍ରମାଙ୍କୁ ଅର୍ପଣ କରନ୍ତୁ। ଅର୍ପଣ କରିବା ପରେ ସେହି ଖିରୀକୁ ଚନ୍ଦ୍ର କିରଣରେ ଅର୍ଥାତ୍ ଛାତ ଉପରେ ରଖି ଦେଇ ଯାଆନ୍ତୁ। ତା’ପର ଦିନ ସକାଳେ ଏହି ଖିରୀକୁ ଗ୍ରହଣ କରନ୍ତୁ।
ଏହି ଶରତ ପୂର୍ଣ୍ଣିମା ଦିନ ଭଗବାନ ଶିବଶଙ୍କର ମା’ପାର୍ବତୀ, କାର୍ତ୍ତିକେୟ, ତୁଳସୀ ଚଉରା, ମା’ ଗଜଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories