www.samajalive.in
Wednesday, December 10, 2025
17.1 C
Bhubaneswar

ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ : ପ୍ରଚାର ଅଭିଯାନ ସରଗରମ୍, କାଲି ଜଲଗାଓଁରେ ମୋଦୀଙ୍କ ସଭା

ମୁମ୍ବଇ/ ଚଣ୍ଡିଗଡ଼ : ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇଉଠିଛି। ବିଭିନ୍ନ ରାଜନୈତିକ ଦଳର ତୁଙ୍ଗ ନେତା ଓ ବହୁ ମନ୍ତ୍ରୀ ରାଲି ଏବଂ ସଭାସମିତିଗୁଡ଼ିକ ମାଧ୍ୟମରେ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି।  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‍ନବିସ୍‍ କହିଛନ୍ତି, ରାଜ୍ୟର ମେଣ୍ଟ ସରକାର ଲୋକମାନଙ୍କର କଲ୍ୟାଣ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ ଆମ୍‍ଆଦ୍‍ମୀ ପାର୍ଟି ରାଜ୍ୟର ପରିବେଶ, ସାମାଜିକ, ଅର୍ଥନୈତିକ ଓ ମୌଳିକ ଢ଼ାଞ୍ଚାକୁ ଅଧିକ ଜୀବନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ଇତିମଧ୍ୟରେ ମୋଟ୍‍ ୧୧୯୨ଟି ଅଭିଯୋଗ ସିଭିଜିଏଲ୍‍. ଆପରେ ଦାଏର ହୋଇଛି। ଏହି ଆପ୍‍ ନିର୍ବାଚନ କମିଶନ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ନିର୍ବାଚନ ଆଚରର ବିଧି ଲଂଘନ ସଂକ୍ରାନ୍ତରେ ଅଭିଯୋଗ କରିବା ପାଇଁ ଏହି ଆପ୍‍ ପ୍ରସ୍ତୁତ କରାଯାଇଥିଲା।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ରବିବାରଠାରୁ ବିଧିବଦ୍ଧ ଭାବେ ମହାରାଷ୍ଟ୍ରରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିବେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ଟି ନିର୍ବାଚନ ସଭାରେ ଯୋଗ ଦେବେ। ସେହିଭଳି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ତାରକା ପ୍ରଚାରକ ଅମିତ ଶାହା ୧୮ଟି ନିର୍ବାଚନୀ ସଭାରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି।

- Advertisement -

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଲଗାଓଁଠାରେ ପ୍ରଥମ ନିର୍ବାଚନ ସଭାରେ ଉଦ୍‍ବୋଧନ ଦେଇ ଦଳପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ। ସେହିପରି ସେ ବିଦର୍ଭ ଅଞ୍ଚଳର ସକୋରିଠାରେ ଏକ ନିର୍ବାଚନ ସଭାରେ ମଧ୍ୟ ଉଦ୍‍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

ହରିୟାଣାରେ ମଧ୍ୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର କାଲ୍‍କା, ଜିନ୍ଦ୍‍, ନାରାୟଣଗଡ଼ ଓ ସୋନିପଥ୍‍ଠାରେ ଚାରୋଟି ର‍୍ୟାଲିରେ ଉଦ୍‍ବୋଧନ ଦେଇଛନ୍ତି। ଧାରା ୩୭୦ର ଉଚ୍ଛେଦକୁ କଂଗ୍ରେସ ବିରୋଧ କରିଥିବାରୁ ସେ କଂଗ୍ରେସର ତୀବ୍ର ସମାଲୋଚନା କରିଛନ୍ତି। ବିଜେପି ନେତା ଜେ.ପି ନଡ୍ଡା ଅହିରୱାଲ ଅଞ୍ଚଳରେ ନିର୍ବାଚନ ପ୍ରଚାର କରି ଧାରା ୩୭୦ ବିଷୟ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ ଚଣ୍ଡୀଗଡ଼ଠାରେ ଏକ ନିର୍ବାଚନ ସଭାରେ ବିଜେପି ସରକାର ଅଧିକ କଥା କହୁଛି ଓ କମ୍‍ କାମ କରିଛି ବୋଲି ଦୋଷାରୋପ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories