www.samajalive.in
Saturday, December 6, 2025
19.1 C
Bhubaneswar

ଔଷଧୀୟ ଗୁଣରେ ଭରପୁର ଏସବୁ ଫୁଲ

ସାଧାରଣତଃ ଫୁଲକୁ ଆମେ ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜାରେ ବ୍ୟବହାର କରିଥାଉ। ହେଲେ ଏପରି କିଛି ଫୁଲ ଅଛି ଯାହା ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର। ଏହାର ସଠିକ୍ ବ୍ୟବହାର ଦ୍ବାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଫୁଲଗୁଡ଼ିକ ବିଷୟରେ –

ମନ୍ଦାର ଫୁଲ : ମନ୍ଦାର ଫୁଲରେ ବହୁତ ଔଷଧୀୟ ଗୁଣ ରହିଛି। ଏହାର ବ୍ୟବହାର ଦ୍ବାରା ଚେହେରାରେ ଦେଖାଦେଉଥିବା ଦାଗ ଦୂର ହେବା ସହିତ ତ୍ବଚା ସୁସ୍ଥ ଏବଂ ସୁନ୍ଦର ହୋଇଥାଏ। ଏହାକୁ ନଡିଆ ତେଲରେ ଫୁଟାଇ ଏକ ତେଲ ପ୍ରସ୍ତୁତ କରି କେଶରେ ଲଗାନ୍ତୁ। ଏହାଦ୍ୱାରା କେଶ କଳା ଓ ଘଞ୍ଚ ହେବା ସହିତ ଚମକପ୍ରଦ ମଧ୍ୟ ହୋଇଥାଏ। ଏହାକୁ ଚେହେରାରେ ଲଗାଇବା ଦ୍ୱାରା ବୟସ ଛାପ ଦେଖାଯାଏ ନାହିଁ। ଏହାସହିତ ଏଥିରୁ ପ୍ରସ୍ତୁତ ଚା’ ଆପଣଙ୍କ ଶରୀରକୁ ଭିତରୁ ଶୁଦ୍ଧ ଓ ସୁସ୍ଥ ରଖେ।

- Advertisement -

ମଲ୍ଲୀ ଫୁଲ : ମଲ୍ଲୀ ଫୁଲ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଉପଯୋଗୀ। ଏହାର ତେଲ ଚର୍ମ ରୋଗ ଓ ଦାନ୍ତ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ। ଏହାର ପତ୍ର ଚୋବାଇବା ଦ୍ୱାରା ମୁହଁରେ ହେଉଥିବା ଘାଆ ଭଲ ହୋଇଥାଏ। ମୁହଁ କିମ୍ବା କେଶରେ ଏହାର ପେଷ୍ଟ ଲଗାଇବା ଦ୍ୱାରା ଚମକ ବଢିଥାଏ।

ଗୋଲାପ ଫୁଲ : ଏହା ଦେଖିବାକୁ ଯେତିକି ଆକର୍ଷଣୀୟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ। ଗୋଲାପ ପାଖୁଡାକୁ ପାଣିରେ ଫୁଟାଇ ଏହି ପାଣି ପିଇବା ଦ୍ୱାରା ପିତ୍ତଦୋଷ ଦୂର ହୋଇଥାଏ। ଏହାବ୍ୟତୀତ ଥକ୍କାପଣ ଏବଂ ଚିନ୍ତା ଦୂର କରିଥାଏ। ଏହାର ପାଖୁଡାକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ଵଳ ଓ ଗୋଲାପୀ ରଙ୍ଗ ହୋଇଥାଏ। ଶୁଷ୍କ ତ୍ୱଚା ପାଇଁ ଗୋଲାପ ଫୁଲ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ପଦ୍ମ ଫୁଲ : ପଦ୍ମ ଫୁଲ ଏବଂ ପତ୍ର ଗୁଣ୍ଡ ଥାଇରଏଡ୍ ରୋଗୀଙ୍କ ପାଇଁ ଲାଭଦାୟକ। ଏହା କୋଲେଷ୍ଟ୍ରୋଲ ଓ ମଧୁମେହ ଦୂର କରିବା ସହ ଯକୃତ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ। ପଦ୍ମ ପାଖୁଡାରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ମୋଟାପଣ କମ୍ ହେବା ସହ ରକ୍ତ ବିକାର ରୋଗ ଦୂର ହୋଇଥାଏ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories