www.samajalive.in
Sunday, December 7, 2025
14.1 C
Bhubaneswar

ଆଶା କର୍ମୀଙ୍କୁ ମିଳିବ ମାସିକ ୨ ହଜାର ଟଙ୍କା

ନୂଆଦିଲ୍ଲୀ: ଦେଶରେ କାର୍ଯ୍ୟରତ ୧୦ ଲକ୍ଷ ଆଶା କର୍ମୀଙ୍କ ମାସିକ ପାରିତୋଷିକ ୧ ହଜାର ଟଙ୍କା ବୃଦ୍ଧି କରାଯାଇଛି। ଗତ କାଲି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ସୂଚନା ଦେଇ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର   କହିଛନ୍ତି, ସରକାର ଆଶା କର୍ମୀମାନଙ୍କୁ ଅନ୍ୟାନ୍ୟ ସୁବିଧାମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପାରିତୋଷିକ ସହ ସେମାନଙ୍କୁ ସେହି ସୁବିଧାମାନ ମିଳିବ।

ସେ କହିଛନ୍ତି, ସରକାର ଚଳିତ ବର୍ଷ ଆୟୁଷ୍ମାନ୍‍ ଭାରତ ଯୋଜନା ଅଧୀନରେ ସମଗ୍ର ଦେଶରେ ୪୦ ହଜାର ୱେଲ୍‍ନେସ୍‍ କେନ୍ଦ୍ର ସ୍ଥାପନ କରିବେ। କ୍ୟାବିନେଟରେ ନିଆଯାଇଥିବା ଅନ୍ୟାନ୍ୟ ନିଷ୍ପତ୍ତିଗୁଡିକ ମଧ୍ୟରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‍ସନ୍‍ ଭୋଗୀମାନଙ୍କ ପାଇଁ ଶତକଡ଼ା ୫ ଭାଗ ମହଙ୍ଗା ଭତ୍ତା ବୃଦ୍ଧି ସହ ଆଧାରଭିତ୍ତିକ ତଥ୍ୟ ପାଇଁ ନଭେମ୍ବର ୩୦କୁ ସମୟ ସୀମା ବୃଦ୍ଧି ଓ ସ୍ଥାନଚ୍ୟୁତ କାଶ୍ମୀରୀ ପରିବାରଗୁଡ଼ିକ ପାଇଁ ମଧ୍ୟ ରିଲିଫ୍‍ ସହାୟତା ମଞ୍ଜୁରୀ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories