www.samajalive.in
Thursday, December 11, 2025
18.1 C
Bhubaneswar

ପଞ୍ଜାବ ସୀମାରେ ପୁଣି ଉଡ଼ିଲା ପାକିସ୍ତାନୀ ଡ୍ରୋନ

ଅମୃତସର: ପଞ୍ଜାବର ଫିରୋଜପୁର ଅଞ୍ଚଳରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି। ଝୁଞ୍ଝାରା ହଜାରା ସିଂହ ୱାଲା ସୀମାବର୍ତ୍ତୀ ଗାଁର ଗ୍ରାମବାସୀ ଗୁରୁବାର ସକାଳେ ଦୁଇଟି ଡ୍ରୋନ ଦେଖିଥିବା ସୂଚନା ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଡ୍ରୋନ ଦୁଇଟି ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ବିଏସଏଫ ଯବାନ ଏବଂ ପୁଲିସ ଡ୍ରୋନ ସମ୍ପର୍କରେ ତଦନ୍ତ ଚଳାଇଛନ୍ତି। କିଛିଦିନ ମଧ୍ୟରେ ଅନେକ ଥର ପାକିସ୍ତାନୀ ଡ୍ରୋନ ଏହି ସୀମାରେ ଉଡୁଥିବା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ କହିଛନ୍ତି।

ଗତ ସୋମବାର ରାତିରେ ପଞ୍ଜାବର ହୁସୈନୀୱାଲା ସେକ୍ଟରର ଭାରତୀୟ ସୀମାରେ ୨ଟି ପାକିସ୍ତାନୀ ଡ୍ରୋନ ପ୍ରବେଶ କରିଥିଲା। ଭୂମିଠାରୁ ୧ କିଲୋମିଟର ଉଚ୍ଚର ଡ୍ରୋନ ୨ଟି ଉଡୁଥିଲା। କିଛି ସମୟ ପରେ ସେଗୁଡ଼ିକୁ ଫେରିଯାଇଥିଲା। କୌଣସି ସନ୍ଦିଗ୍ଧ ସାମଗ୍ରୀ ପକାଇବାରେ ଡ୍ରୋନଗୁଡ଼ିକ ବିଫଳ ହୋଇଥିଲେ ବୋଲି ବିଏସଏଫ ପକ୍ଷରୁ କୁହାଯାଇଥିଲା। ପରେ ମଙ୍ଗଳବାର ମଧ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ ପ୍ରବେଶ କରିଥିବା ସୂଚନା ମିଳିଥିଲା। କିନ୍ତୁ କୌଣସି ଡ୍ରୋନକୁ ପୁଲିସ ଜବତ କରିପାରି ନାହିଁ। କିନ୍ତୁ ଗୁରୁବାର ସକାଳେ ଉଡୁଥିବା ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗ୍ରାମବାସୀଙ୍କଠାରୁ ଜଣାପଡ଼ିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories