www.samajalive.in
Wednesday, December 10, 2025
18.1 C
Bhubaneswar

ନିର୍ବାଚନ ପୂର୍ବରୁ ଶିବସେନାରେ ବିଦ୍ରୋହ; ୨୬ କର୍ପୋରେଟର ଓ ୩୦୦ କାର୍ଯ୍ୟକର୍ତ୍ତାଙ୍କ ଇସ୍ତଫା

ମୁମ୍ବଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ପ୍ରମୁଖ ସହଯୋଗୀ ଶିବସେନାକୁ ଝଟ୍‌କା ଲାଗିଛି। ଟିକେଟ ବଣ୍ଟନକୁ ନେଇ ଦଳ ଭିତରେ ଅସନ୍ତୋଷ କୁହୁଳୁଛି। ଏହି କାରଣରୁ କଲ୍ୟାଣ(ପୂର୍ବ) ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳର ୨୬ ଜଣ କର୍ପୋରେଟର ଏବଂ ପ୍ରାୟ ୩୦୦ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି। ସେମାନେ ସମସ୍ତେ ନିଜର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏମାନେ ସମସ୍ତେ ଏହି ବିଧାନସଭା ଆସନରେ ଆଶାୟୀ ଥିବା ବିଦ୍ରୋହୀ ପ୍ରାର୍ଥୀ ଧନଞ୍ଜୟ ବୋଡାରେଙ୍କ ସମର୍ଥନରେ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି।

ଧନଞ୍ଜୟ କଲ୍ୟାଣ(ପୂର୍ବ) ଆସନରୁ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବାବେଳେ ସେଠାରେ ବିଜେପିର ପ୍ରାର୍ଥୀ ଗଣପତ ଗାୟକୱାଡଙ୍କୁ ଟିକେଟ ମିଳିଛି। ଫଳରେ ଶିବସେନା ହାଇକମାଣ୍ଡ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ଲାଗି ଧନଞ୍ଜୟଙ୍କୁ ନିର୍ଦେଶ ଦେଇଛନ୍ତି। ଏହାକୁ ନେଇ ଧନଞ୍ଜୟ ଅସନ୍ତୁଷ୍ଟ ଅଛନ୍ତି। ସୂଚନା ଅନୁସାରେ କଲ୍ୟାଣ(ପୂର୍ବ) ଆସନରେ ଶିବସେନା ନିଜର ପ୍ରାର୍ଥୀ ଦେବା ଲାଗି ସ୍ଥିର କରିଥିଲା। କିନ୍ତୁ ଆସନ ବଣ୍ଟନ ସମୟରେ ଉକ୍ତ ଆସନଟି ବିଜେପି ହାତକୁ ଚାଲିଯାଇଥିଲା, ଯାହାକୁ ନେଇ ଶିବସେନାର ସ୍ଥାନୀୟ କେତେଜଣ ନେତୃବୃନ୍ଦଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଧନଞ୍ଜୟଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି।

- Advertisement -

ଶିବସେନାର କଲ୍ୟାଣ(ପୂର୍ବ) ବିଧାନସଭା କ୍ଷେତ୍ର ପ୍ରମୁଖ ପ୍ରଶାନ୍ତ କାଲେ କହିଛନ୍ତି, ଆମେ ଗାୟକୱାଡଙ୍କ ବଦଳରେ ଧନଞ୍ଜୟଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ। ବିଗତ ୧୦ ବର୍ଷ ଧରି ବିଧାୟକ ରହିଥିବା ଗାୟକୱାଡ ନିଜ  କାର୍ଯ୍ୟକାଳ ମଧ୍ୟରେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହାନ୍ତି। ଦଳ ପକ୍ଷରୁ ତାଙ୍କୁ ସମର୍ଥନ କରିବା ଲାଗି ଚାପ ପକାଯିବାରୁ ଆମେ ସାମୁହିକ ଭାବେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲୁ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories