www.samajalive.in
Thursday, December 11, 2025
18.1 C
Bhubaneswar

୨ୟ ଟେଷ୍ଟ ଆରମ୍ଭ; ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ହନୁମା ବିହାରୀଙ୍କ ସ୍ଥାନରେ ଉମେଶଙ୍କୁ ସୁଯୋଗ

ପୁଣେ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୨ୟ ମ୍ୟାଚ ଗୁରୁବାରଠାରୁ ପୁଣେର ଏମସିଏ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଚଳିତ ମ୍ୟାଚରେ ଭାରତୀୟ ଟିମ୍‌ରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ହନୁମା ବିହାରୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସୁଯୋଗ ଦିଆଯାଇଛି। ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ଦଳରେ ଏକ ପରିବର୍ତ୍ତନ କରିଛି। ଦଳ ଡେନ ପିଟ୍‌ଙ୍କ ସ୍ଥାନରେ ଏରିକ ନାର୍ଣ୍ଟଜେଙ୍କୁ ଟିମ୍‌ରେ ସାମିଲ କରିଛି। ତେବେ ଭାରତ ପ୍ରଥମ ମ୍ୟାଚରେ ବିଜୟ ଲାଭ କରିବା ପରେ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ୨ୟ ମ୍ୟାଚରେ ଦଳ ଏହାର ଫାଇଦା ନିଶ୍ଚୟ ଉଠାଇବ। ଏହି ମ୍ୟାଚରେ ଭାରତ ବିଜୟୀ ହେଲେ ସିରିଜକୁ ହାତେଇନେବ। ଦକ୍ଷିଣ ଆଫ୍ରିକା ବିଜୟୀ ହେଲେ ସିରିଜକୁ ୧-୧ରେ ବରାବର କରିବାରେ ସକ୍ଷମ ହେବ। ଯଦି ମ୍ୟାଚ ଡ୍ର ହୁଏ,​‌ ତେବେ ଅନ୍ତିମ ମ୍ୟାଚଟି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories