www.samajalive.in
Tuesday, December 9, 2025
26.1 C
Bhubaneswar

ଉଜ୍ଜ୍ୱଳ ଓ ଆକର୍ଷଣୀୟ ତ୍ୱଚା ପାଇଁ ଆପଣାନ୍ତୁ ଏହି ଟିପ୍ସ

ମୁହଁର ସୁନ୍ଦରତା ପାଇଁ ଆମେ ବହୁ କୃତ୍ରିମ କ୍ରିମର ବ୍ୟବହାର କରିଥାଉ। ଏହା ଆମ ମୁହଁକୁ ସୁନ୍ଦର କରିବା ସହ ଏହାର କୁପ୍ରଭାବ ଆମ ମୁହଁ ଉପରେ ମଧ୍ୟ ପଡ଼ିଥାଏ। କିନ୍ତୁ ଏପରି ବହୁ ପ୍ରାକୃତିକ ଉପାୟ ରହିଛି ଯାହାର ବ୍ୟବହାର ଆମ ମୁହଁ ପାଇଁ ଖୁବ ଲାଭଦାୟକ ହୋଇଥାଏ। ତରଭୁଜ ଆମ ମୁହଁ ପାଇଁ ବହୁ ଉପକାରୀ ଅଟେ। ଏହା ଆମକୁ ସନ୍‍ ଟ୍ୟାନ୍‍ରୁ ରକ୍ଷା କରିଥାଏ। ଜାଣନ୍ତୁ, ଏହାକୁ କିପରି ବିଭିନ୍ନ ଉପାୟରେ ବ୍ୟବହାର କରିଲେ ଏହା ଆମ ମୁହଁକୁ ଖୁବ ସୁନ୍ଦର ଓ ଉଜ୍ଜ୍ୱଳ କରିଥାଏ।
ଏକ ୩ ଚାମଚ ତରଭୁୁଜ ରସରେ ଅଳ୍ପ କ୍ଷୀର ମିଶାଇ ଲଗାନ୍ତୁ। ଏହାକୁ ଲଗାଇ ୨୦ ମିନିଟ ମୁହଁରେ ରଖନ୍ତୁ ଓ ଧୋଇ ଦିଅନ୍ତୁ। ଏପରି ନିୟମିତ ୧ ମାସ ଲଗାଇଲେ ଏହା ମୁହଁ ପାଇଁ ବହୁ ଉତ୍ତମ ଫଳ ଦେଇଥାଏ।
ତରଭୁଜ ରସରେ ଅଳ୍ପ ଦହି ମିଶାଇ ମୁହଁରେ ଲଗାନ୍ତୁ ଓ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି କଲେ ମୁହଁ ଖୁବ ଉଜ୍ଜ୍ୱଳ ହୋଇଥାଏ।
ତରଭୁଜର ରସରେ ତୁଳସୀ ପତ୍ର ରସ , ଗୋଲାପ ଜଳ ମିଶାଇ ଫ୍ରଜ୍  ରେ ରଖନ୍ତୁ ଓ ଏହାକୁ ନିୟମିତ ବ୍ୟବହାର କରନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗକୁ ମଧ୍ୟ ଗୋରା କରିଥାଏ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories