www.samajalive.in
Friday, December 12, 2025
15.1 C
Bhubaneswar

ଏହି ୩ଟି ବିଶେଷ କାରଣରୁ ଫ୍ରିଜରେ ଥିବା ଚକଟା ଅଟାକୁ ବ୍ୟବହାର କରିବା ଅନୁଚିତ

ବହୁ ସମୟରେ ଏପରି ହୋଇଥାଏ ରୁଟି ପ୍ରସ୍ତୁତ ହେବା ପରେ ଚକଟା ଯାଇଥିବା ଅଟା ବଳିଯାଏ। ଅନେକ ସମୟରେ ଲୋକେ ସମୟ ବଞ୍ଚାଇବା ପାଇଁ ମଧ୍ୟ ଅଧିକ ଅଟା ଚକଟି ରୁଟି ପ୍ରସ୍ତୁତ ପରେ ବଳକା ଅଟାକୁ ଫ୍ରିଜରେ ରଖିଦେଇଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ କେଉଁ ମୁଖ୍ୟ ୩ଟି ବିଶେଷ କାରଣରୁ ଫ୍ରିଜରେ ଥିବା ଚକଟା ଅଟାକୁ ବ୍ୟବହାର କରିବା ଅନୁଚିତ….
ବୈଜ୍ଞାନିକ କାରଣ –
ବିଶେଷଜ୍ଞଙ୍କ ମତରେ ଅଟା ଯେଉଁ ସମୟରେ ଜଳ ସଂସ୍ପର୍ଶରେ ଆସେ ତାହାକୁ ସଙ୍ଗେ ସଙ୍ଗେ ବ୍ୟବହାର କରିବା ଉଚିତ। କାରଣ ଅଟା ପାଣି ସଂସ୍ପର୍ଶରେ ଆସିବା ପରେ ଏଥିରେ ବହୁ ରାସାୟନିକ ପରିବର୍ତ୍ତନ ହୋଇଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ କ୍ଷତିକାରକ ଅଟେ। ତେଣୁ ଚକଟା ଅଟାକୁ ଫ୍ରିଜରେ ରଖିବା ପରେ ଏହା ଜଳ ଓ ଫ୍ରିଜ ରଶ୍ମୀର ପ୍ରଭାବରେ ସ୍ୱାସ୍ଥ୍ୟ ଜନିତ ବହୁ ରୋଗ ସୃଷ୍ଟି କରିଥାଏ।
ଆୟୁବୈଦ ମତାନୁସାରେ –
ଆୟୁବୈଦ ଅନୁଯାୟୀ ଚକଟା ଅଟାକୁ ତୁରନ୍ତ ବ୍ୟବହାର କରିବା ଉଚିତ। ଏପରି କରିବା ଦ୍ୱାରା ରୁଟି ସୁଆଦିଆ ଲାଗିବା ସହ ଶରୀରକୁ ଉପଯୁକ୍ତ ପରିମାଣରେ ଭିଟାମିନ ମିଳିଥାଏ।
ଧାର୍ମିକ ମହତ୍ତ୍ୱ –
ଶାସ୍ତ୍ରରେ ବାସି ଭୋଜନକୁ ଭୂତ ଭୋଜନ ବୋଲି କୁହାଯାଏ। ମାନ୍ୟତା ଅନୁଯାୟୀ, ବଳକା ଚକଟା ଅଟାକୁ ଫ୍ରିଜରେ ରଖିବା ଦ୍ୱାରା ଏହା ପିଣ୍ଡ ସହ ସମାନ। ସେହି ଅଟାରୁ ରୁଟି ପ୍ରସ୍ତୁତ କଲେ ଗୃହରେ ରୋଗ, ଅଶାନ୍ତି ଲାଗି ରହିଥାଏ। ନକରାତ୍ମକ ଶକ୍ତି ମଧ୍ୟ ପ୍ରବେଶ କରେ ବୋଲି କୁହାଯାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories