ଖୁଣ୍ଟା: ମୟୁରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡ଼ିଓ ମନୋଜ କୁମାର ବେହେରା କାର୍ଯ୍ୟାଳୟ ପରିସରରେ ଥିବା ଉତ୍କଳମଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଅତିରିକ୍ତ କୃଷି ଅଧିକାରୀ ମନରଞ୍ଜନ ମିଶ୍ର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପୁଷ୍ପଲତା ଦୀକ୍ଷିତ, ସିପି ନରେନ୍ଦ୍ର ସିଂ, ଏପିଓ ଆଲୋକ ଦାଶ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍କଳମଣିଙ୍କ ବ୍ୟକ୍ତିତ୍ୱ ଓ ତ୍ୟାଗ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା । ରାଜ୍ୟର ଦୀନ, ଦୁଖୀ, ଅସହାୟ ମାନଙ୍କ ସହାୟତା ଓ ସେବା ତାଙ୍କୁ ଚିର ଅମର କରିଛି ବୋଲି ଏହି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।
Popular Categories



