www.samajalive.in
Friday, December 12, 2025
16.1 C
Bhubaneswar

ପାକିସ୍ତାନକୁ ଚୀନର ଭର୍ତ୍ସନା; କହିଲା ଜାମ୍ମୁ-କାଶ୍ମୀର ବିବାଦ ସମାଧାନର ଏକମାତ୍ର ବାଟ ଆଲୋଚନା

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଚୀନ ଭାରତ ପ୍ରତି କୋହଳ ମନୋଭାବ ଦେଖାଇଛି। ଅନ୍ୟପଟେ ଏହି ପ୍ରସଙ୍ଗରେ ଚୀନ ନିଜର ମିତ୍ର ରାଷ୍ଟ୍ର ପାକିସ୍ତାନକୁ ଭର୍ତ୍ସନା କରିଛି। ପୂର୍ବରୁ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚୀନ ସିଧାସଳଖ ବିରୋଧ କରୁଥିଲା। ବର୍ତ୍ତମାନ ଭାରତର ଏହି ନିଷ୍ପତ୍ତି ଉପରେ ଚୀନ ନିଜର ଆଭିମୁଖ୍ୟକୁ ସାମାନ୍ୟ ପରିବର୍ତ୍ତନ କରିବା ସହିତ ଭାରତ ଏବଂ ପାକିସ୍ତାନ ପାଇଁ ଆଲୋଚନା ଏହି ବିବାଦ ସମାଧାନର ଏକମାତ୍ର ବାଟ ବୋଲି କହିଛି। ତେବେ ହଠାତ୍‌ ଚୀନର ଏପରି ସ୍ବର ପରିବର୍ତ୍ତନ ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ଆଗକୁ ଚୀନ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ପ୍ରତି କୋହଳ ମନୋଭାବ ଦେଖାଇଥିବା କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ୩ ଦିନିଆ ଚୀନ ଗସ୍ତରେ ଯାଇ ବେଜିଂରେ ଅଛନ୍ତି। ସେଠାରେ ସେ କାଶ୍ମୀର ପ୍ରସଙ୍ଗରେ ଚୀନ ନେତୃବୃନ୍ଦଙ୍କ ସହିତ କଥା ହେବେ। ତେବେ ଏହା ପୂର୍ବରୁ ଚୀନ ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଇମ୍ରାନଙ୍କୁ ନିରାଶ କରିବା ଭଳି ମନେହେଉଛି।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ବିଭିନ୍ନ ରାଷ୍ଟ୍ରର ସହାୟତା ଲୋଡ଼ିଥିଲା। କିନ୍ତୁ କୌଣସି ରାଷ୍ଟ୍ର ପାକିସ୍ତାନକୁ ସମର୍ଥନ କରି ନ ଥିଲେ। ପରେ ଚୀନ ପାକିସ୍ତାନ ପାଇଁ ଓକିଲାତି କରିବା ସହିତ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ଵୀର ପ୍ରସଙ୍ଗକୁ ଉପସ୍ଥାପନ କରିଥିଲା। କିନ୍ତୁ ସେଠାରେ ମଧ୍ୟ ପାକିସ୍ତାନକୁ ଚୀନ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ରର ସମର୍ଥନ ମିଳି ନ ଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories