www.samajalive.in
Friday, December 12, 2025
14.1 C
Bhubaneswar

ମିଜୋରାମ୍‍ ସବୁଠାରୁ ଶାନ୍ତିପୂର୍ଣ୍ଣ ରାଜ୍ୟ – ଅମିତ୍‍ ଶାହା

ମିଜୋରାମ୍‍: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା କହିଛନ୍ତି, ଦେଶରେ ମିଜୋରାମ୍‍ ହେଉଛି ସବୁଠାରୁ ଶାନ୍ତିପୂର୍ଣ୍ଣ ରାଜ୍ୟର ପ୍ରତୀକ। ରାଜଧାନୀ ଆଇଜଲ୍‍ଠାରେ ଊତ୍ତର – ପୂର୍ବ ହସ୍ତତନ୍ତ ଓ ହସ୍ତକଳା ପ୍ରଦର୍ଶନୀକୁ ଉଦ୍‍ଘାଟନ କରିବା ଅବସରରେ ଉଦବୋଧନ ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି, କର୍ମନିଯୁକ୍ତି ସୁଯୋଗ କ୍ଷେତ୍ରରେ ହସ୍ତତନ୍ତ ଓ ହସ୍ତକଳାର ଅବଦାନ ରହିଛି ଏବଂ ମିଜୋରାମ୍‍ ସମେତ ଉତ୍ତର-ପୂର୍ବାଞ୍ଚଳକୁ ସମୃଦ୍ଧ କରିବା ଦିଗରେ ଏହା ସହାୟକ ହୋଇପାରିଛି। ଅଞ୍ଚଳର ବିକାଶ ଦିଗରେ ହସ୍ତତନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ବାଉଁଶକୁ ଏକ ଘାସ ଜାତୀୟ ଭାବେ ଅଭିହିତ କରି ସାଧାରଣ ଜନତାଙ୍କ ପାଖରେ ଏହା କିପରି ସହଜରେ ଉପଲବ୍ଧ ହୋଇପାରିବ, ତାହା ଉପରେ ମୋଦି ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି ବୋଲି ସେ କହିଛନ୍ତି। ଉତ୍ତର-ପୂର୍ବାଞ୍ଚଳ ରେଳପଥ ବିକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି, ମ୍ୟାଁମାର ସହ ସୀମା ବୁଝାମଣା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି। ସେ କହିଛନ୍ତି, ଏହି ରାଜ୍ୟକୁ ବ୍ରଡ୍‍ଗଜ୍‍ ରେଳପଥ ସଂଯୋଗ କରିବା କାର୍ଯ୍ୟ ଆଗେଇ ଚାଲିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories