www.samajalive.in
Tuesday, December 9, 2025
26.1 C
Bhubaneswar

ସ୍ବାମୀ ନାମରେ ଅଭିଯୋଗ ଆଣିଲା ସ୍ତ୍ରୀ, ଇସ୍ରୋର ବୈଜ୍ଞାନିକ ଥିବା ମିଥ୍ୟା କହି ବିବାହ କରିଥିଲେ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଦ୍ବାରକା ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଶିଲେ ଆପଣ ଚକ୍କିତ ହୋଇଯିବେ। ଦିଲ୍ଲୀ ଦ୍ବାରକା ଅଞ୍ଚଳର ଜଣେ ଯୁବକ ନିଜକୁ ଇଣ୍ଡିଆନ ସ୍ପେସ୍ ରିସର୍ଚ ଅରଗାନାଇଜେସନ୍(ଇସ୍ରୋ)ର ବୈଜ୍ଞାନିକ ଥିବା କହି ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଯାହା ସ୍ତ୍ରୀ ଜାଣିବା ପରେ ସ୍ବାମୀଙ୍କ ନାମରେ ଅଭିଯୋଗ କରିଥିବା ଜଣାପଡିଛି। ଦ୍ବାରକା ଅଞ୍ଚଳର ଜଣେ ଯୁବକ ମିଥ୍ୟା କହି ଜଣେ ପିଏଚଡି ପଢୁଆ ଯୁବତୀଙ୍କୁ ବିବାହ କରିଥିଲେ। ଯୁବକ ଜଣଙ୍କ ଇଣ୍ଡିଆନ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ୍(ଇସ୍ରୋର)ରେ ବୈଜ୍ଞାନିକ ଥିବା ଜାଲ ପ୍ରମାଣପତ୍ର ଓ ପରିଚୟ ପତ୍ର ଦେଖାଇ ଯୁବତୀଙ୍କୁ ବିବାହ କରିଥିଲେ। ଏ ବାବଦରେ ଯୁବତୀ କିମ୍ବା ତାଙ୍କ ପରିବାର କିଛି ଜାଣି ପାରିନଥିଲେ।

ବିବାହ ପରେ ଯୁବକ ଜଣଙ୍କ ଡିଆରଡିଓରେ ପୂର୍ବରୁ କାର୍ୟ୍ୟରତ ଥିବା କହିଥିଲା ଓ ମହାକାଶଚାରୀ ପ୍ରଶିକ୍ଷଣ ନେବା ପାଇଁ ସେ ଆମେରିକାର ନାସା ଯିବ ବୋଲି କହିଥିଲା। ଯାହାକୁ ନେଇ ପତ୍ନୀଙ୍କର ସନ୍ଦେହ ହେବାରୁ ସେ ଏକ ମୋବାଇଲ ଆପ୍ ମାଧ୍ୟମରେ ସ୍ବାମୀ ଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଜାଣିବା ପାଇଁ ପ୍ରୟାସ କରିଥିଲେ। ତାଙ୍କ ସ୍ବାମୀଙ୍କର ଲୋକେସନ ଆମେରିକା ପରିବର୍ତ୍ତେ ନୂଆଦିଲ୍ଲୀର ଗୁରୁଗ୍ରାମ ଦେଖାଇଥିଲା। ଏହା ପରେ ସେ ଏ ନେଇ ତାଙ୍କ ପରିବାରକୁ ଜଣାଇଥିଲେ। ପରିବାର ଲୋକେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ପ୍ରୟାସ କରିଥିଲେ। ଯୁବକ ଜଣଙ୍କ ମିଥ୍ୟା କହି ବିବାହ କରିଥିବା ଜାଣିବା ପରେ ସ୍ତ୍ରୀ ଥାନାରେ ତାଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories