www.samajalive.in
Tuesday, December 9, 2025
15.1 C
Bhubaneswar

ଶନିବାର ଏହି ଦ୍ରବ୍ୟ କିଣିଲେ ଆସେ ର୍ଦୁଭାଗ୍ୟ

ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କର ପ୍ରଭାବ ଜୀବନରେ ପଡ଼ିଥାଏ। ଏହାର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ନିଜ କର୍ମ ଉପରେ ହିଁ ନିର୍ଭର କରିଥାଏ। ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ଆମେ ଶନିବାରରେ କିଣିବା ଦ୍ୱାରା ଶନିଙ୍କର କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ତାହା କ’ଣ……………
ଲୁହା –
ଶନିବାରରେ ଘରକୁ ଲୁହା କିମ୍ବା ଲୁହା ଜାତୀୟ ଦ୍ରବ୍ୟ କିଣିବା ଉଚିତ ନୁହେଁ। ଏହା ଦ୍ୱାରା ଶନି କ୍ରୋଧ କରିଥାଆନ୍ତି ଓ ଧନହାନୀ ମଧ୍ୟ ହୋଇଥାଏ।
ଏହି ଦିନ ଲୁହା ଦ୍ରବ୍ୟ ଦାନ କରିବା ଶୁଭ ଅଟେ।
ଲୁଣ –
ଏହି ଦିନ ଲୁଣ କିଣିବା ଉଚିତ ନୁହେଁ, ଏହା ଦ୍ୱାରା ଘରେ ଦାରିଦ୍ର୍ୟ ଆସିଥାଏ ଓ କରଜର ପରିମାଣ ମଧ୍ୟ ବଢିଥାଏ।
ତେଲ –
ଏହି ଦିନ ତେଲ କିଣିବା ଉଚିତ ନୁହେଁ। ମାତ୍ର ତେଲ ଦାନ କରିବା ଉଚିତ। ଏହା ଦ୍ୱାରା ଗ୍ରହ ଦୋଷ କଟିଥାଏ।
କାଠ –
ଏହି ବାରରେ କାଠ କିମ୍ବା କାଠ ଜାତୀୟ ଦ୍ରବ୍ୟ କିଣିବା ଉଚିତ ନୁହେଁ । ଏହା ଦ୍ୱାରା ଗୃହରେ କଳହ ସୃଷ୍ଟି ହୋଇଥାଏ।
ଝାଡୁ –
ଏହି ବାରରେ ଝାଡ଼ୁ ମଧ୍ୟ କିଣିବା ଉଚିତ ନୁହେଁ । ଏହା ଦ୍ୱାରା ପରିବାରର ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories