ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ଙ୍କ ଜାମିନ୍ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ସିବିଆଇଠାରୁ ଜବାବ ଲୋଡ଼ି ନୋଟିସ୍ ଜାରି କରିଛନ୍ତି। ସିବିଆଇ ପକ୍ଷରୁ ଓକିଲ ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟାଙ୍କୁ ଜବାବ ଦେବା ପାଇଁ କୁହାଯାଇଛି ଏବଂ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। ତିହାଡ଼ ଜେଲ୍ରେ ବିଚାର ବିଭାଗୀୟ ହାଜତରେ ଥିବା ଚିଦାମ୍ବରମ୍ ଦିଲ୍ଲୀ ହାଇକୋର୍ଟର ସେପ୍ଟେମ୍ବର ୩୦ତାରିଖ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।
ଚିଦାମ୍ବରମ୍ଙ୍କୁ ଜାମିନ୍ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଥିଲେ। ତେଣେ ଦିଲ୍ଲୀର ଏକ ଅଦାଲତ ଚିଦାମ୍ବରମଙ୍କ ବିଚାର ବିଭାଗୀୟ ହାଜଦ ମିଆଦ ଅକ୍ଟୋବର ୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।



