ପୁରୀ: ଛତିଶ ନିଯୋଗର ବୈଠକରେ କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। କାର୍ତ୍ତିକ ମାସର ପଞ୍ଚୁକ ୫ ଦିନର ନୀତି ନିର୍ଘଣ୍ଟ ମଧ୍ୟ ସ୍ଥିର ହୋଇଛି। ପୂର୍ବ ‘ପ୍ରାପ୍ୟ ପାଉଣା’ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଛି। ଗତ କାର୍ତ୍ତିକ ମାସରୁ ବାକି ଥିବା ସେବାୟତଙ୍କ ‘ପ୍ରାପ୍ୟ ପାଉଣା’କୁ ନେଇ ଅଭିଯୋଗ ହୋଇଥିଲା। ଖୁବ୍ ଶୀଘ୍ର ସେବାୟତଙ୍କୁ ବକେୟା ପାଉଣା ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।
ହବିଷିଆଳିଙ୍କ ରହଣି ଲାଗି ସହର ମଧ୍ୟରେ ୩ଟି ସ୍ଥାନରେ ବ୍ୟବସ୍ଥା ହୋଇଛି। ମାଜଣା ଜାଗା ନିକଟରେ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା ହେବ। ସେହିପରି ରେଳ ଷ୍ଟେସନ୍ ପାଖ କଲ୍ୟାଣ ମଣ୍ଡପ ଓ ମ୍ୟୁନିସ୍ପାଲ୍ଟି କଲ୍ୟାଣ ମଣ୍ଡପରେ ମଧ୍ୟ ହବିଷିଆଳିଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବ।
କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ; ୩ଟି ସ୍ଥାନରେ ହେବ ହବିଷିଆଳିଙ୍କ ରହଣି ବ୍ୟବସ୍ଥା
Popular Categories



