www.samajalive.in
Saturday, December 6, 2025
15.1 C
Bhubaneswar

କେଶକୁ ଶୀଘ୍ର ଲମ୍ବା କରିବାକୁ ଚାହୁଁଛନ୍ତି କି? ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ

ସାଧାରଣତଃ ମହିଳାମାନେ ନିଜ କେଶକୁ ବହୁତ ଭଲ ପାଆନ୍ତି ଓ ତାକୁ ନେଇ ସବୁବେଳେ ଚିନ୍ତିତ ମଧ୍ୟ ଥାଆନ୍ତି। ଖାସ୍‌ କରି ଲମ୍ବାକେଶ ସମସ୍ତଙ୍କୁ ପସନ୍ଦ। ହେଲେ କିଛି ଲୋକ ଚାହିଁଲେ ମଧ୍ୟ ନିଜ କେଶକୁ ଲମ୍ବା କରିପାରନ୍ତି ନାହିଁ। କାରଣ ସେମାନଙ୍କ କେଶ ଠିକ୍‌ରେ ବଢେ ନାହିଁ। ଆପଣ ଯଦି ଏହି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏପରି କିଛି ଉପାୟ ଅଛି ଯାହା ଉପରେ ଧ୍ୟାନ ଦେଲେ ଆପଣଙ୍କ କେଶ ଖୁବଶୀଘ୍ର ବଢିବ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ –

ମଝିରେ ମଝିରେ କେଶ କାଟନ୍ତୁ: ଶୀଘ୍ର କେଶ ବୃଦ୍ଧି କରିବାକୁ ଚାହୁଁଥିଲେ ମଝିରେ ମଝିରେ ଟ୍ରିମିଂ ବା କେଶ କାଟିବାକୁ ଭୁଲନ୍ତୁ ନାହିଁ। ଏହା ଦ୍ୱାରା ଦୋମୁହାଁ କେଶ ସମସ୍ୟା ରହେନାହିଁ। ଫଳରେ କେଶ ଶୀଘ୍ର ବଢ଼ିଥାଏ।

- Advertisement -

ସଠିକ ପୋଷଣ ଜରୁରୀ: କେଶ ବଢ଼ିବା ପାଇଁ ସଠିକ ପୋଷଣ ମଧ୍ୟ ବହୁତ ଜରୁରୀ ହୋଇଥାଏ। ତେଣୁ ପ୍ରତିଦିନ ପ୍ରୋଟିନ୍ୟୁକ୍ତ ଖାଦ୍ୟ ଯଥା, ଅଣ୍ଡା, ଦହି ଓ ବାଦାମ ଆଦି ଖାଇବା ଉଚିତ।

ଷ୍ଟ୍ରେଟ୍‌ନରଠାରୁ ଦୂରେଇ ରୁହନ୍ତୁ : ଷ୍ଟ୍ରେଟ୍‌ନର ଏବଂ କର୍ଲର୍‌ କେଶକୁ ଗରମ କରିଥାଏ। ଫଳରେ ଅଧିକ କେଶ ଝଡ଼େ। ତେଣୁ ଏସବୁ ଜିନିଷର ବ୍ୟବହାର କରିବା କମ୍ କରନ୍ତୁ।

ଅଧିକ ଶାମ୍ପୁ କରନ୍ତୁ ନାହିଁ: ପ୍ରତିଦିନ ଶାମ୍ପୁ କରିବା ଦ୍ୱାରା କେଶରୁ ଆବଶ୍ୟକୀୟ ପ୍ରାକୃତିକ ତୈଳ ବାହାରିଯାଏ। ଫଳରେ କେଶ ବୃଦ୍ଧି ହେବାରେ ସମସ୍ୟା ଉପୁଜେ। ଏହି କାରଣରୁ ପ୍ରତିଦିନ ଶାମ୍ପୁ ନ କରି ସପ୍ତାହକୁ ୩ ଥର ହିଁ ସଫା କରନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories