www.samajalive.in
Saturday, December 13, 2025
23.1 C
Bhubaneswar

ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସାମୁହିକ କଲ୍ୟାଣ ଲାଗି ସରକାର ସଂକଳ୍ପବଦ୍ଧ

ନୂଆଦିଲ୍ଲୀ: ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାୱଡ୍‍ ଚାନ୍ଦ ଗେହେଲତ୍‍ କହିଛନ୍ତି, ସରକାର ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନଙ୍କର ସାମୁହିକ କଲ୍ୟାଣ ଲାଗି ସଂକଳ୍ପବଦ୍ଧ। ସେ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ପାଇଁ ବହୁ ନୂଆ ନୂଆ କାର୍ଯ୍ୟକ୍ରମମାନ ଆରମ୍ଭ କରିଛନ୍ତି। ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବରିଷ୍ଠ ନାଗରିକମାନଙ୍କ ୱାକାଥନ୍‍କୁ ଶୁଭାରମ୍ଭ କରି ମନ୍ତ୍ରୀ ଏକ ଜନସମାବେଶରେ ଏହା କହିଛନ୍ତି। ଗୁରୁବାର ସକାଳେ ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବୟୋଜ୍ୟେଷ୍ଠ ବ୍ୟକ୍ତି ଦିବସ ଉତ୍ସବରେ ଯୋଗ ଦେଇଥିଲେ।

ସେ କହିଛନ୍ତି, ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅଧୀନରେ ହୁଇଲ୍‍ ଚେୟାର୍‍, ଶୁଣିବା ଯନ୍ତ୍ର, ଚଷମା, ଆଶ୍ରା ବାଡ଼ି ଓ ଆହୁରି ଅନେକ ସାମଗ୍ରୀ ବଣ୍ଟନ କରାଯାଉଛି। ୨୦୧୭ ମସିହାରୁ ଏହି ଯୋଜନା ଆରମ୍ଭ କରାଯାଇଛି ଓ ଏପର୍ଯ୍ୟନ୍ତ ୧ଲକ୍ଷ ୧୩ହଜାର ବୟୋଶ୍ରୀ ଶିବିରର ଆୟୋଜନ କରାଯାଇ ଏଭଳି ସାମଗ୍ରୀଗୁଡ଼ିକୁ ବଣ୍ଟନ କରାଯାଇଛି। ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନାରେ ଦିଲ୍ଲୀର ବିଭିନ୍ନ କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ବୟୋଜ୍ୟୋଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଏଥିରେ ପୁଲିସ ବ୍ୟାଣ୍ଡ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories