www.samajalive.in
Saturday, December 13, 2025
26.1 C
Bhubaneswar

ଆରମ୍ଭ ହେଲା ନବରାତ୍ର; ଏହି ବିଶେଷ ନିୟମ ପ୍ରତି ଦିଅନ୍ତୁ ଧ୍ୟାନ

ଚଳିତବର୍ଷ ସେପ୍ଟେମ୍ବର ୨୯ ତାରିଖ ଆର୍ଥାତ୍ ଆଜି ଠାରୁ ନବରାତ୍ର ଆରମ୍ଭ ହେଉଛି। ଆଜି ଠାରୁ ୯ ଦିନ ଆର୍ଥାତ୍ ଅକ୍ଟୋବର ୭ ସୋମବାର ପର୍ଯ୍ୟନ୍ତ ନବରାତ୍ର ପାଳନ କରାଯିବ। ଏହି ଅବସରରେ ସବୁ ମନ୍ଦିର ଓ ଶକ୍ତି ପୀଠ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି।
ନବରାତ୍ରରେ ମା’ଙ୍କ ୯ଟି ରୂପକୁ ପୂଜା କରାଯାଏ। ମା’ଙ୍କ କୃପା ଲାଭ ପାଇଁ ଭକ୍ତମାନେ ୯ ଦିନ ବ୍ରତ ରଖିବା ସହ ପୂଜା ପାଠ କରିଥାଆନ୍ତି। ଏହା ଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିବା ସହ ଭକ୍ତଙ୍କ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ତେଣୁ ଏହି ୯ ଦିନରେ ମା’ଙ୍କ ପୂଜାର୍ଚ୍ଚନା କରିବା ସମୟରେ କିଛି ବିଶେଷ ନିୟମ ପାଳନ କରିବା ଉଚିତ୍। ଏପରି କରିବା ଦ୍ବାରା ମା’ଙ୍କ ଆଶୀର୍ବାଦ ଲାଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ …..
ମହିଳାଙ୍କୁ ସମ୍ମାନ କରନ୍ତୁ: ଘରେ ହେଉ ଅବା ବାହାରେ, ସର୍ବଦା ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ। ସେମାନଙ୍କ ମନରେ କଷ୍ଟ ଦିଅନ୍ତୁ ନାହିଁ।                                                                                                          ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରନ୍ତୁ: ନବରାତ୍ରର ୯ ଦିନ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ମହିଳା ଓ ପୁରୁଷ ଉଭୟ ବ୍ରହ୍ମଚର୍ଯ୍ୟ ପାଳନ କରନ୍ତୁ। ଏହା ଦ୍ବାରା ମା’ଙ୍କ କୃପା ଲାଭ ହୋଇଥାଏ।

କଳସ ସ୍ଥାପନା ପରେ ଏହି କାର୍ଯ୍ୟ କରନ୍ତୁ ନାହିଁ

ଘରକୁ ଖାଲି ରଖନ୍ତୁ ନାହିଁ: କଳସ ସ୍ଥାପନା କରିବା ପରେ ଘରକୁ ଖାଲି ରଖନ୍ତୁ ନାହିଁ। କେହି ନା କେହି ଘରେ ସର୍ବଦା ରୁହନ୍ତୁ। ଏହି ସମୟରେ ଦିନ ସମୟରେ ଶୋଇବା ଉଚିତ୍ ନୁହେଁ।
ମନରେ ଶାନ୍ତି ଓ ସଦ୍‌ଭାବନା ରଖନ୍ତୁ: ନବରାତ୍ର ସମୟରେ ସର୍ବଦା ମନରେ ସଦ୍‌ଭାବନା ରଖନ୍ତୁ। ମନକୁ ଶାନ୍ତ ରଖି ମା’ଙ୍କ ଆରଧନା କରନ୍ତୁ। ଏହା ଦ୍ବାରା ମା’ ପ୍ରସନ୍ନ ହୋଇଥାନ୍ତି।
ସମୟ ନଷ୍ଟ କରନ୍ତୁ ନାହିଁ: ବର୍ଷକୁ ଦୁଇ ଥର ନବରାତ୍ର ଆସିଥାଏ, ତେଣୁ ଏହି ଅବସରରେ ସମୟ ନଷ୍ଟ କରନ୍ତୁ ନାହିଁ। ପ୍ରାତଃକାଳରୁ ଉଠି ସ୍ନାନ ସାରି ମା’ଙ୍କ ଧ୍ୟାନ କରନ୍ତୁ। ଏହି ଦିନରେ ଦୁର୍ଗା ସପ୍ତଶତୀ ପାଠ କରନ୍ତୁ। ଏହା ଦ୍ବାରା ବିଶେଷ ଲାଭ ମିଳିଥାଏ।
ସାତ୍ବିକ ଭୋଜନ କରନ୍ତୁ: ନବରାତ୍ରର ୯ଦିନରେ ସାତ୍ବିକ ଭୋଜନ ଗ୍ରହଣ କରନ୍ତୁ। ପିଆଜ, ରସୁଣ, ମାଛ, ମାଂସ ଓ ମଦ ସେବନ କରନ୍ତୁ ନାହିଁ। ନବରାତ୍ର ଦିନ ପୂର୍ଣ୍ଣ ସାତ୍ବିକ ଭୋଜନ ଗ୍ରହଣ କରନ୍ତୁ ।
ଅନ୍ୟକୁ ଅନାଦର କରନ୍ତୁ ନାହିଁ: ନବରାତ୍ର ସମୟରେ ଘରକୁ ଆସୁଥିବା ଅତିଥି ବା ଭିକାରୀଙ୍କୁ ଅନାଦର କରନ୍ତୁ ନାହିଁ। ସେମାନଙ୍କର ଆଦର ସତ୍କାର କରନ୍ତୁ। ସେମାନଙ୍କୁ ଖାଦ୍ୟ-ପାନୀୟ ଇତ୍ୟାଦି ଦିଅନ୍ତୁ। ମାନ୍ୟତା ରହିଛି ମା’ ଯେକୌଣସି ରୂପରେ ଆପଣଙ୍କ ଘରକୁ ଆସି ପାରନ୍ତି। ତେଣୁ କାହାକୁ ମଧ୍ୟ ଅନାଦର କରନ୍ତୁ ନାହିଁ।
ସଫା-ସୁତୁରା କରନ୍ତୁ: ନବରାତ୍ର ସମୟରେ ସଫା ସୁତୁରା ଉପରେ ଗୁରୁତ୍ବ ଦିଅନ୍ତୁ। ଏହି ଦିନରେ କଳା ରଙ୍ଗର କପଡା ଓ ଚମଡାରେ ପ୍ରସ୍ତୁତ ଜିନିଷ ବ୍ୟବହାର କରନ୍ତୁ ନାହିଁ। ଏହି ଦିନ ଗୁଡିକରେ କେଶ, ଦାଢି ଏବଂ ନଖ କାଟନ୍ତୁ ନାହିଁ।
ପଶୁ-ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଗଛ ଲତା ଲଗାନ୍ତୁ: ମା’ଙ୍କ ବାହନ ପଶୁ ହୋଇଥିବାରୁ ଏହି ଦିନମାନଙ୍କରେ ପଶୁ-ପକ୍ଷୀଙ୍କୁ ଖାଦ୍ୟ ଓ ପାନୀୟ ଦିଅନ୍ତୁ। ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ଗଛଲତା ଆଦି ଲଗାନ୍ତୁ।
ଅଜଣା ବ୍ୟକ୍ତିଠାରୁ ଦୂରରେ ରୁହନ୍ତୁ: ନବରାତ୍ର ସମୟରେ କିଛି ଲୋକ ତନ୍ତ୍ରମନ୍ତ୍ର ସାଧନା କରୁଥିବାରୁ ଏହି ଦିନମାନଙ୍କରେ ଅଜଣା ଲୋକଙ୍କଠାରୁ ଦୂରରେ ରୁହନ୍ତୁ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories