www.samajalive.in
Friday, December 12, 2025
16.1 C
Bhubaneswar

ବିଜେପୁର ହିଂସା – ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ କରି ଭୟର ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ଆଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ବିଜେପି ଫେରାଦ ହୋଇଛି। ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସିଇଓଙ୍କୁ ଭେଟି ବିଜେପି ଯୁବନେତା ମନୋରଞ୍ଜନ ମେହେରଙ୍କୁ ଛୁରାମାଡ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ ଶାସକ ବିଜେଡି ରକ୍ତମୁଖା ସାଜି ବିରୋଧୀମାନଙ୍କୁ ଭୟ ଦେଖାଇ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରୁଛି। ମନ୍ତ୍ରୀ ଶୁଶାନ୍ତ ସିଂହଙ୍କ ଇଙ୍ଗିତରେ ବିଜେପୁରରେ ପୁଣିଥରେ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି। ଗତ ନିର୍ବାଚନରେ ସମାନ ଢଙ୍ଗରେ ବିଜେପିର ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରାଯାଇଥିଲା।

ଶାସକ ଦଳ ନିର୍ଦେଶରେ ପୁଲିସ କାର୍ଯ୍ୟ କରୁଥିବାରୁ ଅପରାଧୀ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି। ବିଜେପୁରରେ ଭୟର ବାତାବରଣସୃଷ୍ଟି କରିଥିବା ଅପରାଧୀଙ୍କ ଉପରେ କଡା ନଜର ରଖିବା ସହ ଏହି ଉପ ନିର୍ବାଚନକୁ ମୁକ୍ତ ଅବାଧ ଏବଂ ନିରପେକ୍ଷ କରାଯାଉ ବୋଲି ସମୀର ମହାନ୍ତି ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ସତ୍ୟ ପଣ୍ଡା, ହିତେଶ ମହାପାତ୍ର ଏବଂ ଠାକୁର ରଞ୍ଜିତ ଦାସ ପ୍ରମୁଖ ସାମିଲ ଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories