www.samajalive.in
Monday, December 8, 2025
27.1 C
Bhubaneswar

ନିର୍ଭୁଲ ଚାଷୀ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କର – ରଣେନ୍ଦ୍ର

ଭୁବନେଶ୍ୱର: ୨୦୧୯-୨୦ରେ ଖରିଫ ଧାନ ସଂଗ୍ରହ ପାଇଁ ନିର୍ଭୁଲ ଚାଷୀ ପଞ୍ଜୀକରଣ ତାଲିକା ପ୍ରସ୍ତୁତ କରିବାକୁ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ଥିଲେ ଆସନ୍ତା ୩ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ କାର୍ୟ୍ୟ ଗତ ୧୭ ତାରିଖରେ ଶେଷ ହୋଇଛି। ସଂଗୃହୀତ ଦରଖାସ୍ତଗୁଡ଼ିକୁ ସଂପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟାମ୍ପସର ଅନଲାଇନ ପ୍ରକ୍ରିୟାରେ କମ୍ପ୍ୟୁଟରୀକୃତ କରାଯିବା କାର୍ୟ୍ୟ ମଧ୍ୟ ୨୨ ତାରିଖରେ ସମାପ୍ତ ହୋଇଛି। ପଞ୍ଜିକୃତ ଚାଷୀଙ୍କ ଖରିଫ ଧାନ ଚାଷ କରିଥିବା ଜମିର ପରିମାଣ ସମ୍ପର୍କରେ ତଥ୍ୟ ସମ୍ବଳିତ ଚିଠା ତାଲିକା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯିବ।

ଏହି ତଥ୍ୟ ପଞ୍ଜୀକରଣ କାର୍ୟ୍ୟ ସମ୍ପାଦନ କରୁଥିବା ସଂପୃକ୍ତ ସମିତି, ଗ୍ରାମପଞ୍ଚାୟତ କାର୍ୟ୍ୟାଳୟ ଓ କଣ୍ଟ୍ରୋଲ ଦୋକାନରେ ପ୍ରକାଶନ ନେଇ ଗତ ୨୫ତାରିଖରୁ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୦ ତାରିଖ ମଧ୍ୟରେ ଏହି କାର୍ୟ୍ୟ ସରିବ। ପଞ୍ଜିକୃତ ଚାଷୀ ଓ ସର୍ବସାଧାରଣ ଏହା ଦେଖିପାରିବେ। ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ଥିଲେ ତାଲିକା ପ୍ରକାଶ କରାଯାଇଥିବା ସ୍ଥାନରେ ଚାଷୀ ଓ ଜନସାଧାରଣ ଆସନ୍ତା ଅକ୍ଟୋବର ୩ ତାରିଖ ସୁଦ୍ଧା ଆପତ୍ତି ଦାଖଲ କରିପାରିବେ। ଆପତ୍ତି ପାଇଁ ନିର୍ଦ୍ଧାରିତ ଫର୍ମ ସେଠାରେ ଉପଲବ୍ଧ ଅଛି। ଆଗ୍ରହୀ ନାଗରିକଙ୍କୁ ସବିଶେଷ ପଞ୍ଜିକୃତ ତଥ୍ୟ ଜଣାଇବା ପାଇଁ ପାକ୍ସ ଓ ଲ୍ୟାମ୍ପସକୁ ଆବଶ୍ୟକ ସୁଯୋଗ ଦେବାକୁ ନିର୍ଦେଶ ଦିଆଯାଇଛି। ସେହିପରି ସମିତି ସଂପାଦକ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କଣ୍ଟ୍ରୋଲ ଡିଲର ଅଭିଯୋଗକାରୀଙ୍କ ଦସ୍ତଖତ ସମ୍ବଳିତ ଆପତ୍ତି ପତ୍ର ପ୍ରାପ୍ତିସ୍ୱୀକାର ସହ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ସେମାନଙ୍କୁ କୁହାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories