ସମାଜ ପୋର୍ଟାଲ ଡେସ୍କ: ଆଜି ବିଶ୍ୱ ହୃଦୟ ଦିବସ। ହୃଦ୍ଯନ୍ତ୍ରକୁ ସୁସ୍ଥ ରଖିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସେପ୍ଟେମ୍ବର ୨୯ ତାରିଖରେ ପାଳିତ ହେଉଛି ବିଶ୍ବ ହୃଦୟ ଦିବସ। ଚଳିତବର୍ଷ ଏହାର ପ୍ରସଙ୍ଗ ରହିଛି- ‘ମୋ ହୃଦୟ ପାଇଁ, ତୁମ ହୃଦୟ ପାଇଁ, ଆମ ସମସ୍ତଙ୍କ ହୃଦୟ ପାଇଁ’।
ଅତ୍ୟାଧୁନିକ ଜୀବନଶୈଳୀ ଏବଂ ଦୈନନ୍ଦିନ ପ୍ରତିଯୋଗିତାର ବ୍ୟସ୍ତତା ମଧ୍ୟରେ ସ୍ବାସ୍ଥ୍ୟ ପ୍ରତି କେତେବେଳେ ଉପେକ୍ଷା ହୋଇଯାଉଛି, ଜଣାପଡୁନାହିଁ। ଫାଷ୍ଟଫୁଡ, ଜଙ୍କଫୁଡ, ଅତ୍ୟଧିକ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ମଦପାନ, ଧୂମପାନ ସହ ଶାରୀରିକ ଶ୍ରମ, ଏପରିକି ବ୍ୟାୟାମରୁ ଦୂରେଇ ରହିବା ହୃଦୟକୁ ଦୁର୍ବଳ ଏବଂ ରୁଗ୍ଣ କରିଦେଉଛି। ଅତ୍ୟଧିକ ଚିନ୍ତା ଓ ଉଦ୍ବେଗ ମଧ୍ୟ ହୃଦୟର ଶତ୍ରୁ ପାଲଟୁଛି। ତେବେ ଚିକିତ୍ସା ଅପେକ୍ଷା ପ୍ରତିଷେଧକ ବ୍ୟବସ୍ଥା ସର୍ବଦା ଗ୍ରହଣୀୟ ଓ ସଚେତନତା ଜରୁରୀ। ‘ମୋର ହୃତ୍ପିଣ୍ଡ ସୁସ୍ଥ ରହୁ, ଆପଣମାନଙ୍କର ହୃତ୍ପିଣ୍ଡ ସୁସ୍ଥ ରହୁ ଓ ସାରା ବିଶ୍ୱବାସୀଙ୍କର ହୃତ୍ପିଣ୍ଡ ସୁସ୍ଥ ରହୁ’- ଏହି ଭାବନା ଆମ ସମସ୍ତଙ୍କ ମଧ୍ୟରେ ରହିବା ଜରୁରୀ। ତାହା ହିଁ ହେବ ‘ବିଶ୍ୱ ହୃଦୟ ଦିବସ’ ପାଳନର ସବୁଠାରୁ ବଡ଼ ସଫଳତା।



