ଟାଟାଷ୍ଟିଲ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ଓ ମାନପତ୍ର ବଣ୍ଟନ

କଳିଙ୍ଗନଗର: ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ଲକ୍ଷ୍ୟରେ ଆଜି ଟାଟାଷ୍ଟିଲ ପକ୍ଷରୁ ସେମାନଙ୍କୁ ସହାୟକ ଉପକରଣ ଓ ମାନପତ୍ର ପ୍ରଦାନ କରାଯାଇଛି। ୪୩ ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ମାନପତ୍ର ଓ ୟୁଡିଆଇଡିକାର୍ଡ ପ୍ରଦାନ କରାଯାଇଥିଲା।ଏହାବ୍ୟତୀତ ପ୍ରାୟ ୩୦ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ, ଆଶାବାଡ଼ି ଓ ଚାଲିବା ପାଇଁବାଡ଼ି ପ୍ରଦାନ କରାଯାଇଥିଲା।
ସ୍ଥାନୀୟ କପିଳେଶ୍ୱର ମହାବିଦ୍ୟାଳୟ ପରିସରରେଏହି ଉପଲକ୍ଷେ ଆୟୋଜିତ କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି, ସରକାରୀ ଉଦ୍ୟୋଗ ତଥା ସାମାଜିକସୁରକ୍ଷା ଓ ଦିବ୍ୟାଙ୍ଗ ବ୍ୟକ୍ତି ସଶକ୍ତୀକରଣ ବିଭାଗ ମନ୍ତ୍ରୀଶ୍ରୀ ଅଶୋକଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ଟାଟା ଷ୍ଟିଲ କର୍ପୋରେଟ  ବିଭାଗର ମହାପ୍ରବନ୍ଧକ ଶ୍ରୀ ରମାରମଣ ଶତପଥୀ ପ୍ରମୁଖ ଅତିଥି ଭାବେଯୋଗଦେଇ କଳିଙ୍ଗ ନଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଉକ୍ତ ଉପକରଣ ଗୁଡ଼ିକ ପ୍ରଦାନ କରିଥିଲେ।ଏହାପୂର୍ବରୁ ଆୟୋଜିତ ଏକ ଆକଳନ ଶିବିରରେ ହିତାଧିକାରୀ ମାନଙ୍କୁ ଚିହ୍ନଟ କରାଯାଇଥିଲା। ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ‘ନିରତାର’ସହଯୋଗରେ ଉକ୍ତକାର୍ୟ୍ୟକ୍ରମର ଆଯୋଜନ କରାଯାଇଥିଲା।
ଏହି ଅବସରରେ ଉଦ୍ବୋଜଧନ ଦେଇ ଶ୍ରୀ ପଣ୍ଡା ଟାଟା ଗ୍ରୁପର ବିଭିନ୍ନ କଲ୍ୟାଣ ମୂଳକ କାର୍ୟ୍ୟକୁ ପ୍ରଶଂସା କରିବା ସହିତ ମହାକାଶ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟିକରିବା ଲକ୍ଷ୍ୟନେଇ ଟାଟାଷ୍ଟିଲ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସହିତ ମିଶି କାର୍ୟ୍ୟକରୁଥିବା ପ୍ରକାଶକରିଥିଲେ। ଆଗାମୀ ଦିନରେ ଏମଏଲ୍ଏ ଓ ଏମପିଲାଡ୍‍ ଫଣ୍ଡରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଅଧିକ ସହାୟତା ବ୍ୟବସ୍ଥାଲାଗି ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ସୁକିନ୍ଦା ବିଧାୟକ ଶ୍ରୀ ପ୍ରିତିରଞ୍ଜନ ଘଡାଇ ଟାଟାଷ୍ଟିଲର ଏହି କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏହାକୁ ଉଭୟସୁକିନ୍ଦା ଓ ଦାନଗଦି ବ୍ଲକକୁ ସମ୍ପ୍ରସାରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଟାଟାଷ୍ଟିଲ ଓଡ଼ିଶା ସିଏସ୍ଆକର ବିଭାଗ ମୁଖ୍ୟ ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ କହିଥିଲେ ଯେ, ଦିବ୍ୟାଙ୍ଗ ଲୋକଙ୍କ ପାଇଁ କମ୍ପାନୀ ପକ୍ଷରୁସମସ୍ତ ପ୍ରକାରସହାୟତା ଯୋଗାଇ ଦିଆଯିବ।ଏହାସହିତ ଆଗାମୀ ଦିନରେ ଏଭଳି ଅନେକ ଶିବିରର ଆୟୋଜନ କରାଯିବ ବୋଲି ସେସୂଚନା ପ୍ରଦାନ କରିଥିଲେ।

Comments are closed.