www.samajalive.in
Monday, December 15, 2025
26.1 C
Bhubaneswar

ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଗିରଫ

ଲକ୍ଷ୍ନୌ: ବିଜେପିର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ଗିରଫ କରାଯାଇଛି। ବୁଧବାର ସକାଳ ପ୍ରାୟ ସାଢ଼େ ୮ଟାରେ ମାମଲାର ତଦନ୍ତ କରୁଥିବା ଏସଆଇଟି ଛାତ୍ରୀଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ଆଇନ ଛାତ୍ରୀଙ୍କ ସମେତ ଅନ୍ୟ ୩ ଜଣ ଚିନ୍ମୟାନନ୍ଦଙ୍କୁ ବ୍ଲାକମେଲ କରି ୫ କୋଟି ଟଙ୍କା ଆଦାୟ କରିବା ଲାଗି ଉଦ୍ୟମ କରୁଥିଲେ। ଏହାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଛାତ୍ରୀଙ୍କ ସମେତ ଅନ୍ୟ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗିରଫ ହୋଇଥିବା ସଚିନ ଓରଫ ସୋନୁ ଏବଂ ବିକ୍ରମ ସିଂହଙ୍କୁ ମଙ୍ଗଳବାର ପୁଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ପଚରାଉଚରା  ସମୟରେ ଜଣେ ଅଭିଯୁକ୍ତଙ୍କ ସହିତ ଆଇନ ଛାତ୍ରୀ ଯୋଗାଯୋଗରେ ରହିଥିଲେ ବୋଲି ଜଣାପଡ଼ିଥିଲା। ସମ୍ପୃକ୍ତ ଅଭିଯୁକ୍ତ ଏବଂ ଆଇନ ଛାତ୍ରୀଙ୍କ ମଧ୍ୟରେ ଚଳିତବର୍ଷ ୪୨୦୦ ଥର ଫୋନରେ ବାର୍ତ୍ତାଳାପ ହୋଇଥିବା ପୁଲିସ କଲ୍‌ ଡିଟେଲ୍ସ ରେକର୍ଡରୁ ଜାଣିବାକୁ ପାଇଛି। ଏହା ପରେ ପୁଲିସ ଆଇନ ଛାତ୍ରୀଙ୍କୁ ଗିରଫ କରିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories