ଶନିବାର ରାଶିଫଳ

0

ମେଷ: ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିପାରେ। ମନରେ ପ୍ରସନ୍ନତା ଆସିବ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ। ମିଷ୍ଟଭାଷୀ ହେବେ। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ନିଜ ବୁଦ୍ଧିରେ ବାଟ ଚାଲନ୍ତୁ।

ବୃଷ: ଆର୍ଥିକ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇ ବିଜୟ ଲାଭ କରିବେ। ଆୟ ଯଥେଷ୍ଟ ପରିମାଣର ହେବ। ନୈତିକତା ବୃଦ୍ଧି ହେବ। ଆନନ୍ଦ ଉତ୍ସବ ଲାଗି ରହିବ। ଶୁଭ ଅନୁଷ୍ଠାନରେ ଯୋଗଦେବେ। ସାଂଗଠନିକ ନେତୃତ୍ୱ ନେବେ।

ମିଥୁନ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ସମ୍ମାନିତ ହୋଇପାରନ୍ତି। ସୁଖ ସମୃଦ୍ଧିର ଦିନଟି ଆଜି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଠାକୁରଙ୍କ ଦର୍ଶନ ଲାଭ କରିବେ। ଆୟ ବୃଦ୍ଧି ହେବ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେବେ। ଯୁକ୍ତିଯୁକ୍ତ କଥା କହିବେ।

କର୍କଟ: ଯୋଜନାର ପରିବର୍ତ୍ତନ ଘଟାଇ ପାରନ୍ତି। ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଅଧିକ ଦାୟିତ୍ୱ ବହନ କରି ତା’ର ସୁପରିଚାଳନା କରିବେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହୋଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ସୁଖ ମିଳିବ।

ସିଂହ: ନୂତନ ଆୟ ପନ୍ଥା ଖୋଲିବ; ମାତ୍ର ଧନକ୍ଷୟର ସୂଚନା ମିଳୁଛି। ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ସତ୍‍ପଥଗାମୀ ହେବେ। ଜ୍ଞାନୀ ଗୁଣୀଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

କନ୍ୟା: ସୁଯୋଗର ଉପଯୋଗ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଶାନ୍ତି ସନ୍ତୋଷ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ୱର୍ଣ୍ଣାଦି ଲାଭ ହେବ।

ତୁଳା: ଶତ୍ରୁ ନିପାତ କରି ଆଶ୍ୱସ୍ତ ହୋଇପାରନ୍ତି। ପାରିବାରିକ ସୁଖ ସମୃଦ୍ଧି ଅବ୍ୟାହତ ରହିବ। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ବିଳାସ ବ୍ୟସନରେ ସମୟ ଅତିବାହିତ କରିପାରନ୍ତି। ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେବେ। ଆଶ୍ୱସ୍ତି ମିଳିବ।

ବିଛା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ପ୍ରଭୂତ ବିଦ୍ୟା ପ୍ରାପ୍ତ ହୋଇ ଯଶସ୍ୱୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ସାମାଜିକ କ୍ଷେତ୍ରରେ ସ୍ନେହ ଆଦର ଲାଭ କରିପାରନ୍ତି।

ଧନୁ: ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। କୃଷିକର୍ମ ଉପରେ ଧ୍ୟାନ ଦେଇପାରନ୍ତି। ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରିପାରନ୍ତି। ଧନାଗମ ହେବ। ସରକାରୀ ଅର୍ଥ ମିଳିପାରେ।

ମକର: ଠାକୁରଙ୍କ ଦର୍ଶନ ଲାଭ କରି ଆତ୍ମ ତୃପ୍ତି ଲାଭ କରିବେ। କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ଲାଭର ସୂଚନା ମିଳୁଛି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ଗୁରୁଜନଙ୍କ ଠାରୁ ଆଦର ମିଳିବ।

କୁମ୍ଭ: କେତେକ କ୍ଷେତ୍ରରେ ନିରବତା ଅବଲମ୍ବନ କରିପାରନ୍ତି। ଭୁଲ ଖବର ପାଇ ସାମୟିକ ଭାବେ ବିବ୍ରତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା ହୋଇପାରନ୍ତି।

ମୀନ: ବହୁ ଶୁଭଫଳ ଆଶା କରାଯାଏ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ଆୟ ଆଶାନୁରୂପ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତାରେ ଲାଭବାନ ହେବେ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।

Leave A Reply