www.samajalive.in
Wednesday, December 10, 2025
23.1 C
Bhubaneswar

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୁଖ୍ୟବନ୍ଧ କର୍ତ୍ତୃପକ୍ଷଙ୍କ ସହିତ ସମୀକ୍ଷା ବୈଠକ

ବୁର୍ଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ବୁର୍ଲା ଅଶୋକ ନିବାସ ସ୍ତିତ ପ୍ରେକ୍ଷାଳୟ ଠାରେ ମୂଖ୍ୟବନ୍ଧ ବିଭାଗୀୟ ମୂଖ୍ୟଯନ୍ତ୍ରୀ ସୁନିଲ କୁମାର ନାୟକ, ଅଧୀକ୍ଷଣ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ଏବଂ କାର୍ଯ୍ୟନିର୍ବାହି ଯନ୍ତ୍ରୀ ନିରାକରା ବିଶିଙ୍କ ସହିତ ହୀରାକୁଦ ଜଳଭଣ୍ଡାରର ସ୍ତିତି ଏବଂ ପରିଚାଳନା ବ୍ୟବସ୍ତା ଉପରେ ଏକ ସମୀକ୍ଷା ବୈଠକ କରିଥିଲେ। ସର୍ବପ୍ରଥମେ ହିରାକୁଦ ବନ୍ଧର ମୁଖ୍ୟଯନ୍ତ୍ରୀ ଶ୍ରୀ ନାୟକଙ୍କ ସହିତ ଚାଷୀମାନଙ୍କୁ କିଭଳି ଭାବରେ ଜଳ ସେଚନର ଉତ୍ତମ ସୁବ୍ୟବସ୍ତିତ ସୁବିଧା ଯୋଗାଇ ଦିଆଯାଇପାରିବା ସେ ଦିଗରେ ଆଲୋଚନା କରିଥିଲେ। ମୁଖ୍ୟତଃ ଶାସନ କେନାଲକୁ ନେଇ ଚାଷୀମାନଙ୍କ ପାଇଁ କଣ ସବୁ ଯୋଜନା କରାଯାଇଛି ସେ ବିଷୟରେ ଆଲୋଚନା ହୋଇଥିଲା। ଏହା ସହିତ କେତୋଟି ମାତ୍ରାରେ ରିର୍ଜଭର ସୁନ୍ଦରଗଡ ଜିଲା ଏବଂ ଝାରସୁଗୁଡା ଜିଲାରେ ହେବା ଉଚିତ ସେ ବିଷୟରେ ଆଲୋଚନା ହୋଇଥିଲା।

ସମ୍ବଲପୁର, ସୁନ୍ଦରଗଡ ଏବଂ ବରଗଡ ଜିଲାର ଚାଷୀଙ୍କୁ ଉପଯୁକ୍ତ ପରିପାଣରେ ପାଣି ଯୋଗାଇବା ପାଇଁ କଣ ବ୍ୟବସ୍ଥା କରାଗଲେ ଉକୃଷ୍ଟମାନର ଚାଷ ହେବ ବା ଚାଷିମାନେ ମରୁଡିର ସମ୍ମୁଖୀନ ହେବେ ନାହିଁ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବର୍ତ୍ତମାନ ପରିସ୍ଥିତିରେ ବରଗଡ କେନାଲ ମରାମତି ପାଇଁ ପାଣ୍ଠି ଆସିଥିବା ବେଳେ ପରେ ସମ୍ବଲପୁର ଏବଂ ଶାସନ ଅଞ୍ଚଳ ପାଇଁ କିଭଳି କାର୍ଯ୍ୟକାରୀ ହେବ ସେ ବିଷୟରେ ଆମେ ଚିନ୍ତା କରିବୁ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଶାସନ କେନାଲ ପାଇଁ ମଧ୍ୟ ଆମେ ଅଧିକ ଚିନ୍ତିତ ଥିବା କଥା ମନ୍ତ୍ରୀ କହିବା ସହିତ ଏହାକୁ ବ୍ୟବସ୍ତିତ ଏବଂ ଚାଷିମାନଙ୍କ ସମସ୍ୟା ଦୃଷ୍ଟିରୁ ଶାସନ କେନାଲକୁ ଆମେ ଗୁରୁତର ସହିତ ନେଇଛୁ ମରାମତି ମଧ୍ୟ ଅତିଶିଘ୍ର କରାଯିବ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। ସକାଳ ପ୍ରାୟ ୧୧ଟା ସମୟରୁ ସକାଳ ୧୧ଟା୩୦ ମିନିଟ ଯାଏ ଅଶୋକ ନିବାସ ସ୍ତିତ ପ୍ରେକ୍ଷାଳୟ ଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକରେ ଏହା ସଂକ୍ରାନ୍ତରେ ବିଭିନ୍ନ ତଥ୍ୟ ମୁଖ୍ୟବନ୍ଧ ତରଫରୁ ଉପସ୍ଥାପିତ କରାଯାଇ ଥିଲା।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories