www.samajalive.in
Monday, December 8, 2025
14.1 C
Bhubaneswar

ଦହି ପୋଟଳ

ଆବଶ୍ୟକ ସାମଗ୍ରୀ
ପୋଟଳ – ୫୦୦ ଗ୍ରାମ
ବଟା ହୋଇଥିବା (ପିଆଜ,ଅଦା,ରସୁଣ )
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଗରମ ମସଲା – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ଅନୁଯାୟୀ
ଦହି – ୧କପ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପୋଟଳର ପ୍ରଥମ ଓ ଶେଷ ଅଂଶକୁ କାଟି ଏହାର ଚୋପା ଛଡ଼ାଇ ଦିଅନ୍ତୁ ଓ ଛୁରୀରେ ପୋଟଳର ଅଧା ପର୍ଯ୍ୟନ୍ତ କାଟନ୍ତୁ। ଏହି ପୋଟଳରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାତ୍ରରେ ରଖିଥିବା ପୋଟଳକୁ ଭାଜନ୍ତୁ। ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ଆଉ କିଛି ତେଲ ପକାଇ ସେଥିରେ ପିଆଜ, ଅଦା,ରସୁଣ ବଟା, ଲଙ୍କା ଗୁଣ୍ଡ,ହଳଦୀ ଗୁଣ୍ଡ, ଅଳ୍ପ ଲୁଣ ପକାଇ କଷନ୍ତୁ। କଷି ହେବା ପରେ ଏଥିରେ ଜିରା ଗୁଣ୍ଡ,ଗରମ ମସଲା ଓ ଭଜା ହୋଇ ରହିଥିବା ପୋଟଳ ପକାଇ ଭଲ ଭାବେ କଷନ୍ତୁ। ଏବେ ଏଥିରେ ଦହି ପକାଇବା ମାତ୍ରେ ସଙ୍ଗେ ସଙ୍ଗେ ଗୋଳାଇ ଦିଅନ୍ତୁ ଓ ୩ରୁ ୪ ମିନିଟ ଗ୍ୟାସରେ ବସାନ୍ତୁ। ଏହା ପରେ ଏକ ପାତ୍ରକୁ କାଢି କଟା ହୋଇଥିବା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ପୋଟଳ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories