www.samajalive.in
Sunday, December 14, 2025
14.1 C
Bhubaneswar

ଭାରତ ସହ ନୌସେନା ସମରାଭ୍ୟାସରେ ସାମିଲ ହେବାକୁ ମନାକଲା ମାଳଦ୍ୱୀପ

ନୂଆଦିଲ୍ଲୀ:  ଭାରତ ସହ ନୌସେନାର ମିଳିତ ସମରାଭ୍ୟାସରେ ସାମଲି ହେବା ପାଇଁ ମାଳଦ୍ୱୀପ ମନା କରିଛି । ଆଣ୍ଡାମାନ  ନିକୋବର ଦ୍ୱୀପ ନିକଟରେ ମାର୍ଚ ୬ ତାରିଖରୁ ଭାରତ ପକ୍ଷରୁ ନୌସେନା ସମରାଭ୍ୟାସ ‘ମିଲାନ’ ଆରମ୍ଭ ହେବ ଏଥିରେ ୧୬ଟି ଦେଶ ଅଂଶ ଗ୍ରହଣ କରିବେ । ମାତ୍ର କୌଣସି କାରଣ ନ ଦର୍ଶାଇ ମାଳ ଦ୍ୱୀପ ଏଥିରେ ସାମିଲ ହେବା ପାଇଁ ମନା କରି ଦେଇଥିବା କଥା ନୌସେନା ମୁଖ୍ୟ ଆଡମିରାଲ  ସୁନୀଲ ଲାମ୍ବା ସୂଚନା ଦେଇଛନ୍ତି ।

ପ୍ରତି ଦୁଇ ବର୍ଷରେ ଏହି ନୌସେନା ସମରାଭ୍ୟାସ କରାଯାଇଥାଏ ।ଏବେ ଦକ୍ଷିଣ ଚୀନ ସାଗର ସହ  ଭାରତ- ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ପ୍ରଭାବ ବିସ୍ତାର ପାଉଥିବାରୁ ଏହି ନୌସେନା ସମରାଭ୍ୟାସ କରାଯାଉଥିବା ଜଣା ପଡିଛି ।

- Advertisement -

ଏହା ସହ ଭାରତ ମହାସାଗରରେ ଥିବା ବିଭିନ୍ନ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ସହ ଆଞ୍ଚଳିକ ବୈଷମତା  ଦୂର କରିବା ପାଇଁ ଏହି ନୌସେନା ସମରାଭ୍ୟାସର ଆୟୋଜନ କରାଯାଇଛି ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories