www.samajalive.in
Sunday, December 14, 2025
23.1 C
Bhubaneswar

୧୧୪୦୦ ନୁହେଁ; ୧୨୭୦୦କୋଟିର ଦୁର୍ନୀତି କରିଛନ୍ତି ନିରବ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଜାଲିଆତିର ତଦନ୍ତ କରୁଥିବା ସିବିଆଇକୁ ନିରବ ମୋଦିଙ୍କ ଆଉ ଏକ ବେଆଇନ ନେଣଦେଣର ସୁରାକ ମିଳିଛି। ଏହି ଜାଲିଆତି ୧୧୪୦୦ ନୁହେଁ ବରଂ ଅଧିକ ବୋଲି ତଥ୍ୟ ପ୍ରମାଣ ମିଳିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦନ୍ତାବିଜକୁ ଖୋଳତାଳ କରି ପିଏନବି କର୍ତ୍ତୁପକ୍ଷ ଏହି ବେଆଇନ ନେଣଦେଶର ସୁରାକ ସିବିଆଇକୁ ପ୍ରଦାନ କରିଛି। ଏହି ନେଣଦେଣ ଅନୁଯାୟୀ ୧୩୦୦କୋଟି ଟଙ୍କା ବେଆଇନ ଭାବରେ ପ୍ରଦାନ କରାଯାଇ ଥିବା ପ୍ରମାଣିତ ହୋଇଛି। ୧୧୪୦୦ ଓ ୧୩୦୦ ନେଣଦେଣକୁ ଅନୁଯାୟୀ ମୋଟ୍‌ ରାଶି୧୨୭୦୦କୋଟିରେ ଯାଇ ପହଞ୍ଚିଛି। ଅପରପକ୍ଷରେ ସିବିଆଇର ଚଢଉରେ ନିରବ ମୋଦିଙ୍କ ୫୦୦୦କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି ଜବତ୍‌ ହୋଇଯାଇଛି। ସେହିପରି ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଆମେରିକା, ବ୍ରିଟେନ ପରି ୫ଟି ପ୍ରମୁଖ ଦେଶକୁ ନିରବ ମୋଦି ସମ୍ପର୍କରେ ଚିଠି ଜାରି କରାଯାଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories