www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ କିଛି ଖାଦ୍ୟ ବିଷୟରେ ଯାହା ବ୍ୟାୟାମ କରିବା ପୂର୍ବରୁ ଖାଇବା ଉଚିତ

ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିୟମିତ ବ୍ୟାୟାମ କରିବା ଉଚିତ। ସକାଳ ହେଉ ଅଥବା ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ପୂର୍ବରୁ କେଉଁ ଖାଦ୍ୟ ଖାଇବା ଉଚିତ ତାହା ଜାଣିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। କାରଣ ବ୍ୟାୟାମ କରିବା ପୂର୍ବରୁ ସଠିକ ଖାଦ୍ୟ ଖାଇବା ନିହାତି ଜରୁରୀ। ସଠିକ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଶକ୍ତି ମିଳିଥାଏ। ଜାଣନ୍ତୁ କିଛି ଖାଦ୍ୟ ବିଷୟରେ ଯାହା ବ୍ୟାୟାମ କରିବା ପୂର୍ବରୁ ଖାଇବା ଉଚିତ….
କଦଳୀ –
କଦଳୀରେ ବହୁ ପରିମାଣରେ ପୋଟାସିୟମ ରହିଛି। ଯାହା ଆପଣଙ୍କ ମାଂସପେଶୀକୁ ସୁସ୍ଥ ରଖିବା ପାଇଁ ଜରୁରୀ। ବ୍ୟାୟାମ କରିବା ପୂର୍ବରୁ କଦଳୀ ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀରକୁ ଆବଶ୍ୟକ ମାତ୍ରାରେ କାବ୍ରୋହାଇଡ଼୍ରେଡ଼ ଯୋଗାଇଥାଏ। ତେଣୁ କଦଳୀ ଖାଇବା ଲାଭଦାୟକ।
ଆମ୍ବ –
ଆମ୍ବରେ ଭିଟାମିନ, ମିନେରାଲ୍ସ , ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ତେଣୁ ଅଧିକ ନୁହେଁ ମାତ୍ର ସଠିକ ମାତ୍ରାରେ ଆମ୍ବ ଖାଇବା ଦ୍ୱାରା ମଧ୍ୟ ଶରୀରକୁ ଆବଶ୍ୟକ ପରିମାଣରେ ବ୍ୟାୟାମ କରିବା ପାଇଁ ଶକ୍ତି ମିଳିଥାଏ।
ବ୍ଲୁବେରିଜ –
ଏହାକୁ ଖାଇବା ଦ୍ୱାରା ମାଂପେଶୀକୁ ଏହା ସଠିକ ରଖେ। ଶରୀରକୁ ଆବଶ୍ୟକ ପରିମାଣରେ ପ୍ରୋଟିନ ଯୋଗାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ବ୍ଲୁବେରିଜ ଖାଇବା ଲାଭଦାୟକ ଅଟେ।
ଖୀର –
ଖୀରକୁ ମଧ୍ୟ ପ୍ରୋଟିନର ଉତ୍ତମ ସ୍ରୋତ ବୋଲି କୁହାଯାଏ। ଏହା ଶରୀରକୁ ଅଧିକ ସମୟ ପାଇଁ ଶକ୍ତି ଯୋଗାଇ ଥାଏ। ହୃଦୟକୁ ସୁସ୍ଥ ରଖିବା ସହ ହାଡ଼କୁ ମଧ୍ୟ ମଜଭୂତ କରିଥାଏ। ତେଣୁ ବ୍ୟାୟାମ କରିବା ପୂର୍ବରୁ ଖୀର ପିଇବା ଉଚିତ।
ଅଣ୍ଡା –
ଆପଣ ବ୍ୟାୟାମ କରିବା ପୂର୍ବରୁ ଗୋଟେ ସିଝା ଅଣ୍ଡା ମଧ୍ୟ ଖାଇ ପାରିବେ। ଏହାଦ୍ୱାରା ବ୍ୟାୟାମ କରିବା ପାଇଁ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ବ୍ୟାୟାମ କରିବା ପରେ ମଧ୍ୟ ହାଲିଆ ଅନୁଭବ ହୋଇନଥାଏ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories