www.samajalive.in
Friday, December 12, 2025
15.1 C
Bhubaneswar

ଓସିଏ ନିର୍ବାଚନ: ସମସ୍ତଙ୍କ ପ୍ରାର୍ଥୀତ୍ୱ କାଏମ୍‌

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ନିର୍ବାଚନ ପାଇଁ ଆଜି (ରବିବାର) ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ରବିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିନ। ପ୍ରତ୍ୟାହାର ପରେ ସନ୍ଧ୍ୟାରେ ନିର୍ବାଚନ ଅଧିକାରୀ ଏମ୍‌.ଏଲ୍‌. ମଜୁମଦାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବେ। ୨୭ରେ ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଆସନ୍ତା ୩ ବର୍ଷ ଲାଗି ୫ ଜଣ କର୍ମକର୍ତ୍ତା ବାଛିବେ ଓସିଏର ୭୩ ଜଣ ଭୋଟର। ଶନିବାର ମଜୁମଦାର ପୂର୍ବଦିନ ଦାଖଲ ହୋଇଥିବା ସମସ୍ତ ୧୨ଟି ପ୍ରାର୍ଥିପତ୍ର ଯାଞ୍ଚ କରିଥିଲେ। ତେବେ ସମସ୍ତଙ୍କର ପ୍ରାର୍ଥୀତ୍ବ କାଏମ ରହିଥିବା ଜଣାପଡ଼ିଛି।

୬ଷ୍ଠ ପଦ ବା ଆପେକ୍ସ ପରିଷଦର ସଦସ୍ୟ ହେବା ପାଇଁ ସଞ୍ଜୟ ବେହେରାଙ୍କ ଗୋଷ୍ଠୀ ପକ୍ଷରୁ କେନ୍ଦ୍ରାପଡ଼ାର ଶୁଭାଶିଷ ସେନାପତି ଅପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ପ୍ରଦୀପ ଚୌହାନ ଗୋଷ୍ଠୀ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆ ଯାଇନଥିବାରୁ ଶୁଭାଶିଷ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ନିଶ୍ଚିତ। ଆନୁଷ୍ଠାନିକ ଘୋଷଣା ବାକିଅଛି। ଅନ୍ୟ ୫ କର୍ମକର୍ତ୍ତା ପାଇଁ ୧୧ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ସଞ୍ଜୟ ବେହେରାଙ୍କ ଗୋଷ୍ଠୀରୁ ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ହୋଇଥିବା ପ୍ରଭାତ କୁମାର ଭୋଳ ନାମାଙ୍କନ ପ୍ରତ୍ୟାହାର କରି ନେଇପାରନ୍ତି। କାରଣ ଏହି ଗୋଷ୍ଠୀରୁ ଝାରସୁଗୁଡ଼ାର ମେହ୍‌ତାବ ଖାଁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ମେହ୍‌ତାବ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାର ସମ୍ଭାବନା ଅଧିକ। ପ୍ରଦୀପ ଚୌହାନଙ୍କ ଗୋଷ୍ଠୀରୁ ସୋନପୁରରୁ ଉପସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକଙ୍କ ପ୍ରାର୍ଥିତ୍ବ ଉପରେ ବିପକ୍ଷ ଗୋଷ୍ଠୀ ପକ୍ଷରୁ ଆପତ୍ତି ଉଠା ଯାଇଥିଲା। ପ୍ରଶାନ୍ତଙ୍କ ପାଇଁ ସନ୍‌ରାଇଜ କ୍ଲବ୍‌ର ତଡ଼ିତ କୁମାର ରାଉତ ପ୍ରସ୍ତାବକ ଥିବାରୁ ଏହାକୁ ନେଇ ବିପକ୍ଷ ପ୍ରାର୍ଥୀ ଆପତ୍ତି ଉଠାଇଥିଲେ। ପ୍ରାର୍ଥୀ ଯେଉଁ ଜିଲାର; ସେଠାକାର ପ୍ରସ୍ତାବକ ରହିବା ଆବଶ୍ୟକ ବୋଲି ଅଭିଯୋଗ ହୋଇଥିଲା। ତଥାପି ଉଭୟ ପକ୍ଷଙ୍କ ସହିତ ଆଲୋଚନା କରିବା ପରେ ନିର୍ବାଚନ ଅଧିକାରୀ ପ୍ରଶାନ୍ତଙ୍କ ପ୍ରାର୍ଥିତ୍ବକୁ କାଏମ ରଖିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories