ଭବାନୀପାଟଣା: କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଲଇତରା ଗାଁରୁ ଦୁଇ କ୍ବୁଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚୋରା ଚାଲଣ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜ୍ବେଏଲ ସେନାପତି ଓ ମାଷ୍ଟର ମାଇଣ୍ଡ ସିଂବାହାଲି ଗାଁର ମିଲିସଖ୍ୟ ତାଣ୍ଡି । ଅଭିଯୁକ୍ତଙ୍କ ଜାମିନ ନା ମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, କଳାହାଣ୍ଡି ଏସପିଙ୍କ ନିର୍ଦେଶ କ୍ରମେ କେସିଙ୍ଗା ଏସଡିପିଓ ଗୁପ୍ତେଶ୍ଵର ଭୋଇଙ୍କ ନେତୃତ୍ୱରେ ଏକ ଟିମ ଲଇତରା ଗାଁ ନିକଟ ଖ୍ରୀଷ୍ଟିୟାନ ପଡାରେ ଚଢ଼ାଉ କରିଥିଲେ ।




