www.samajalive.in
Saturday, December 13, 2025
26.1 C
Bhubaneswar

ରାତିରେ ଭାତ ଖାଉଛନ୍ତି କି ? ସାବଧାନ 

ନିଜର ପସନ୍ଦ ଓ ଇଚ୍ଛା ଅନୁଯାୟୀ ସଭିଏଁ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଥାଆନ୍ତି। ଭାତ ଆମର ଏକ ମୁଖ୍ୟ ଖାଦ୍ୟ । ଏଥିରେ ଭିଟାମିନ ଏ ଥିବାରୁ  ଏହା କାର୍ଯ୍ୟ କରିବାକୁ ଅଧିକ ଶକ୍ତି ଦେଇଥାଏ। ଦିନକୁ ଥରେ ଭାତ ଖାଇବା ନିତ୍ୟାନ୍ତ ଆବଶ୍ୟକ। ମାତ୍ର ଡ଼ାକ୍ତରଙ୍କ ପରାର୍ମଶ ଅନୁଯାୟୀ ରାତିରେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ। ଭାତରେ ଫ୍ୟାଟ୍‍ ଅଂଶ ଅଧିକ ଥାଏ। ତେଣୁ ଯେଉଁ ମୋଟା ଲୋକମାନେ ପତଳା ହେବାକୁ ଇଚ୍ଛୁକ ସେମାନେ ରାତିରେ ଭାତ ଖାଇବା ଅନୁଚିତ। ଜାଣନ୍ତୁ ରାତିରେ ଭାତ ଖାଇବା ଦ୍ୱାରା ଶରୀରରେ ଏହାର କି ପ୍ରଭାବ ପଡ଼େ….

ଭାତ ଖାଇଲେ ପେଟ ବଢିଥାଏ-

- Advertisement -

ଯେଉଁ ଖାଦ୍ୟଦ୍ରବ୍ୟରେ କାବ୍ରୋହାଇଡ଼୍ରେଡ଼ ଅଧିକ ପରିମାଣରେ ଥାଏ, ତାହାକୁ ରାତିରେ  ଖାଇବା ଦ୍ୱାରା ମୋଟା ହେବା ସହ ପେଟ ବଢିଥାଏ। ତେଣୁ ରାତିରେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ସହ ପେଟ ବଢିଥାଏ। 

ଅନ୍ୟ ଖାଦ୍ୟ ତୁଳନାରେ ଭାତ ବିଳମ୍ବରେ ହଜମ ହୋଇଥାଏ। ଧଳା ଭାତ ତୁଳନାରେ ନାଲି ଚାଉଳର ଭାତ, ମାଟିଆ ଚାଉଳର ଭାତ ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ତେଣୁ ରାତିରେ ଭାତ ଖାଇଲେ ମୋଟାପଣ ବୃଦ୍ଧି ପାଇଥାଏ। 

ଯେକୌଣସି ଖାଦ୍ୟକୁ ସଠିକ୍‍ ସମୟରେ ଠିକ୍‍ ମାତ୍ରାରେ ଖାଇଲେ ତାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଭାତରେ ମ୍ୟାଗ୍ନେସିୟମ , ଫସ୍‍ଫରସ, ଫାଇବର , ଆଇରନ ଆଦି ରଖିଛି। ତେଣୁ ଏହାକୁ ଦିନକୁ ଥରେ ଖରାବେଳେ ସଠିକ ମାତ୍ରାରେ ଖାଇବା ଆବଶ୍ୟକ। ରାତିରେ ଖାଇବା ଅନୁଚିତ। 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories