କ୍ଷୀର – ୪ କପ
ଚିନି – ୩ ଚାମଚ
ଚାହାପତି – ଆବଶ୍ୟକ ପରିମାଣରେ
ଏକ ମାଟି ପାତ୍ର
ଲବଙ୍ଗ – ୨ଟି
ଗୁଜୁରାତି – ୩ଟି
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସ ଲଗାଇ ଏକ ପାତ୍ର ଗରମ କରନ୍ତୁ ଓ କ୍ଷୀରକୁ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ସେଥିରେ ଲବଙ୍ଗ, ଗୁଜୁରାତି, ଚିନି, ଚାହାପତି ପକାଇ ଭଲ ଭାବେ ଫୁଟାନ୍ତୁ। ଏହା ଫୁଟିବା ମଧ୍ୟରେ ଅନ୍ୟ ଏକ ପଟେ ଗ୍ୟାସ ଲଗାଇ ମାଟି ପାତ୍ରଟିକୁ ଭଲ ଭାବେ ଗରମ କରନ୍ତୁ। ମାଟି ପାତ୍ରଟିକୁ ଭଲ ଭାବେ ଗରମ କରି ଅନ୍ୟ ଏକ ପାତ୍ର ମଧ୍ୟରେ ରଖନ୍ତୁ। ଏବେ ଚାହାକୁ ଏକ ପାତ୍ର ମଧ୍ୟକୁ ଛାଣନ୍ତୁ। ଛାଣିବା ପରେ ଏହି ଚାହାକୁ ଗରମ କରି ଥିବା ମାଟି ପାତ୍ରରେ ଢାଳନ୍ତୁ ଏବଂ ଏବେ ଏହାକୁ ପିଅନ୍ତୁ ଓ ମଜା ନିଅନ୍ତୁ।
ତନ୍ଦୁରୀ ଚାହା
Popular Categories



