www.samajalive.in
Friday, December 12, 2025
15.1 C
Bhubaneswar

କଂଗ୍ରେସକୁ ଝଟ୍‌କା; ଆପ୍‌ରେ ମିଶିଲେ ଝାଡ଼ଖଣ୍ଡର ପୂର୍ବତନ ପିସିସି ସଭାପତି

ନୂଆଦିଲ୍ଲୀ: କଂଗ୍ରେସକୁ ପୁଣି ଏକ ଝଟ୍‌କା ଲାଗିଛି। ଝାଡ଼ଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଅଜୟ କୁମାର ଗୁରୁବାର ନୂଆଦିଲ୍ଲୀଠାରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ରେ ଯୋଗଦେଇଛନ୍ତି। ଏହି ଅବସରରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପସ୍ଥିତ ରହିବା ସହିତ ଅଜୟ କୁମାରଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ, ଅଜୟ କୁମାର ଗତ ଅଗଷ୍ଟରେ ଝାଡ଼ଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଅଜୟ କୁମାର ଆପ୍‌ର ସଦସ୍ୟତା ଗ୍ରହଣ କରିବା ପରେ କହିଥିଲେ, ଆପ୍‌ ପ୍ରକୃତରେ ସାଧାରଣ ଲୋକଙ୍କ ପାର୍ଟି, ଯେଉଁଥିରେ ଯେକେହି ବି ସାମିଲ ହୋଇପାରିବେ ଏବଂ ବିକାଶ ପାଇଁ କାମ କରିପାରିବେ। ଅଜୟ କୁମାର ଜଣେ ପୂର୍ବତନ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories