ବଡ଼ସାହି: ମୟୁରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସମ୍ମୁଖରେ ଥିବା ଏକ ସ୍କୁଟି ଡିକିରୁ ୪୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ମାନଗୋବିନ୍ଦପୁର ପଞ୍ଚାୟତ ଭୁରୁଡିଆ ଗ୍ରାମର ଭାବେନ୍ଦ୍ର ଓରଫ ଭବେନ୍ଦ୍ର ବେହେରା(୬୫) ନିଜ ଆକାଉଣ୍ଟରୁ ୪୦ହଜାର ଟଙ୍କା(୮୦ଟି ୫୦୦ଶହ ଟଙ୍କିଆ ନୋଟ) ଉଠାଇ ସ୍କୁଟି ଡିକିରେ ରଖି ପରିଶ୍ରା କରିବାକୁ ଯାଇଥିଲେ । ଫେରିବା ବେଳକୁ ଡିକିରୁ ସମସ୍ତ ଟଙ୍କା ସହିତ ପଲିଥିନ ବ୍ୟାଗରେ ଥିବା ସ୍କୁଟି କାଗଜପତ୍ର, ବ୍ୟାଙ୍କ ପାସବହି ଓ ଅନ୍ୟାନ୍ୟ ଜିନିଷ ନେଇଯାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପାଇଁ ରଡ୍ କିଣିବାକୁ ସେ ଏହି ଟଙ୍କା ଉଠାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ୍ ତନାଘନା ଚଳାଇଛି ।
Popular Categories



