www.samajalive.in
Wednesday, December 10, 2025
23.1 C
Bhubaneswar

ସରକାରୀ କର୍ମଚାରୀ ଫେରାଇଲେ କାଳିଆ ଟଙ୍କା

ଭୁବନେଶ୍ୱର/ନୂଆଦିଲ୍ଲୀ: ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନାରେ ଅର୍ଥ ନେଇଥିବା ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ତାହା ଫେରସ୍ତ ଅଣାଯିବ। ବୁଧବାର ନୂଆଦିଲ୍ଲୀରେ ପହଞ୍ଚିବା ପରେ କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଟଙ୍କା ଫେରସ୍ତ ପାଇଁ ଖସଡା ପ୍ରସ୍ତୁତ କରୁଛନ୍ତି। ଅପରପକ୍ଷରେ ଅଯୋଗ୍ୟ ହିତାଧିକାରୀ ତାଲିକାରେ ଥିବା କିଛି ସରକାରୀ କର୍ମଚାରୀ ସରକାରୀ ତହବିଲ୍‍କୁ ଆଜି କାଳିଆ ଟଙ୍କା ଫେରାଇଥିବା ଜଣାପଡିଛି।

ଅନ୍ୟ ପକ୍ଷରେ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ସରକାରୀ ଦଳ ବିଜେଡି ମଧ୍ୟରେ ବିବାଦ ଦେଖାଦେଇଛି। ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ମଧ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି। ସୂଚନାଯୋଗ୍ୟ,କାଳିଆ ଯୋଜନାରେ ପ୍ରାୟ ୩ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଏଥିରେ ୨୦ହଜାରରୁ ଅଧିକ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯାଇଛି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେହିଭଳି କାଳିଆ ଯୋଜନାରେ ପ୍ରାୟ ୧୨ହଜାର ବଡ ଚାଷୀ ମଧ୍ୟ ସହାୟତା ପାଇଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ୯ ହଜାର ନାବାଳକ ନାବାଳିକା କାଳିଆ ଯୋଜନାରେ ସାମିଲ ହୋଇ ସହାୟତା ପାଇଥିବା ତଥ୍ୟ ପ୍ରକାଶ ପାଇଛି। ତେବେ ବୁଧବାର ରାଜ୍ୟ କୃଷି ବିଭାଗ କହିଛି ଯେ କାଳିଆ ଟଙ୍କା ପାଇଥିବା ନାବାଳକ ଏବଂ ନାବାଳିକା ଅଯୋଗ୍ୟ ନୁହନ୍ତି। ସେମାନେ କେବଳ ପରିବାରର ଏକମାତ୍ର ହିତାଧିକାରୀ ଭାବେ ଏହି ଅର୍ଥ ପାଇଥିବା କୃଷି ବିଭାଗ କହିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories