www.samajalive.in
Saturday, December 13, 2025
18.1 C
Bhubaneswar

ପୁଣି ବିଲୁଆଖାଇ ନଦୀପଠା ମୁଣ୍ଡରେ କଳଙ୍କ : କଟକରୁ ନିଖୋଜ ସେବିକାଙ୍କ ମୃତଦେହ ଉଦ୍ଧାର

କଟକ/ବିରିଡ଼ି : ଦୀର୍ଘ ୧୦ ଦିନ ଧରି ନିଖୋଜ ଥିବା ଜଣେ ଯୁବତୀଙ୍କ ହାତଗୋଡ଼ ବନ୍ଧା ଅଖାରେ ଭର୍ତ୍ତି ଗଳିତ ମୃତଦେହକୁ ମଙ୍ଗଳବାର ବିରିଡ଼ି ଥାନା ଅନ୍ତର୍ଗତ କୁଳକଇଜଙ୍ଗା ନୁଆପରି ବିଲୁଆଖାଇ ନଦୀପଠାରୁ ପୁଲିସ ଉଦ୍ଧାର କରିଛି। ଯେଉଁ ବିଲୁଆଖାଇ ନଦୀପଠାରେ ଆଜକୁ ୩୯ ବର୍ଷ ତଳେ ଛବିରାଣୀ ହତ୍ୟାକାଣ୍ଡ ପରି ଲୋମହର୍ଷକ ଘଟଣା ଘଟିଥିଲା ସେଠାରୁ ଆଜି ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଅତୀତର ସେହି ଛାତିଥରା କାହାଣୀକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ଚାଲିଛି।
ଘଟଣା ମୁତାବକ, ମଙ୍ଗଳାବାର ପୂର୍ବାହ୍ଣ ୧୦ଟା ସମୟ। ବିରିଡ଼ି ଥାନା ଅନ୍ତର୍ଗତ କୁଳକଇଜଙ୍ଗା ନୁଆପରି ବିଲୁଆଖାଇକୁ କିଛି ଲୋକେ ଶୌଚ ହେବାକୁ ଯାଉଥିଲେ। ଏହି ସମୟରେ ନଦୀପଠାରେ ଏକ ବସ୍ତା ଦେଖିବାକୁ ପାଇଥିଲେ। ସନ୍ଦେହ ହେବାରୁ ସେମାନେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌କୁ ଧରି ବିରିଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବସ୍ତା ଖୋଲିବା ପରେ ଚକିତ ହୋଇଯାଇଥିଲା। ସେଥିରେ ଗୋଡହାତ ବନ୍ଧା ଥିବା ଜଣେ ଯୁବତୀଙ୍କ ଗଳିତଶବ ରହିଥିବା ଜଣାପଡିଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଖେଳିଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଉକ୍ତ ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରି ଅଖାରେ ପୁରାଇ ଫିଙ୍ଗି ଦିଆଯାଇଥିବା ପୁଲିସ ଆଶଙ୍କା କରୁଛି। ସମ୍ପୃକ୍ତ ଯୁବତୀଙ୍କ ଶରୀରର କେତେକ ସ୍ଥାନରେ କ୍ଷତ ଚିହ୍ନ ପରିଲକ୍ଷିତ ହୋଇଥିବା ବେଳେ ତାଙ୍କ ବସ୍ତ୍ରର କେତେକ ଅଂଶ ଚିରା ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ତେବେ ଯୁବତୀ ଜଣଙ୍କ କିଏ, ତାଙ୍କୁ କିଏ ଏଠାରେ ମାରି ପକାଇଛି ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ପରିଚୟ ନେଇ ସୃଷ୍ଟି ହୋଇଥିବା ସାଧାରଣରେ ସନ୍ଦେହ ଅଳ୍ପ କିଛି ସମୟ ପରେ ସ୍ପଷ୍ଟ ହୋଇଯାଇଥିଲା।
ଘଟଣାନୁଯାୟୀ, ଗତ ୮ ତାରିଖରେ ମଧୁପାଟଣା ଥାନା ଅଞ୍ଚଳରେ ଜଣେ ଯୁବତୀ ନିଖୋଜ ହୋଇଥିଲେ। ବିରିଡି ପୁଲିସ ସନ୍ଦେହକରି ମଧୁପାଟଣା ଥାନାକୁ ଜଣାଇଥିଲା। ମଧୁପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ନିଖୋଜ ଥିବା ଯୁବତୀଙ୍କ ପରିବାରକୁ ଜଣାଇଥିଲା। ସେମାନେ ସେଠାରେ ପହଞ୍ଚି ବସ୍ତାରୁ ଉଦ୍ଧାର ହୋଇଥିବା ମୃତଦେହ ତାଙ୍କ ଝିଅର ବୋଲି ପୁଲିସକୁ କହିଥିଲେ। ମୃତକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗ୍ରାମର ନିହାରିକା ପାତ୍ର (୨୪)। ନିହାରିକା ୫ବର୍ଷ ହେବ କଟକର ଏମ୍‌ଏମ୍‌ ମେଡିକେୟାର ନର୍ସିଂହୋମରେ ନର୍ସ (ସେବିକା) ଭାବେ କାର୍ଯ୍ୟ କରୁଥିଲେ। ସେପ୍ଟେମ୍ବର ୮ ତାରିଖରୁ ସେ ନିଖୋଜ ହୋଇଥିବା କଟକସ୍ଥିତ ମଧୁପାଟଣା ଥାନାରେ ନର୍ସିଂହେମ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ। ମଧୁପାଟଣା ପୁଲିସ ଏକ ନିଖୋଜ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଜଗତସିଂହପୁର ବିରିଡି ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କ ସମ୍ପର୍କ ଥିବା ପୁଲିସ ଜାଣିବାକୁ ପାଇଥିଲା। ନିହାରିକା ପୂର୍ବରୁ ବିରିଡ଼ି ମାମୁ ଘରେ ରହି ହାଜିପୁରରେ ନର୍ସିଂ ତାଲିମ ଶେଷ କରିଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର ରାଜକିଶୋର ନାମକ ଯୁବକଙ୍କ ସହ ପରିଚୟ ହୋଇଥିଲା। ଗତ ୭ତାରିଖରେ ସନ୍ଧ୍ୟାରେ ସମ୍ପୃକ୍ତ ଯୁବକଙ୍କ ସହ ନର୍ସିଂହୋମରୁ ନିହାରିକା କେଉଁଆଡେ ଯାଇଥିବା ମଧୁପାଟଣା ପୁଲିସ ଜାଣିବାକୁ ପାଇଥିଲା। ପୁଲିସ କେତେକ ତଥ୍ୟକୁ ଅଧାରକରି ନିହାରିକାକୁ ଖୋଜିବା ଲାଗି ଜଗତସିଂହପୁର ଯାଇଥିଲା; ମାତ୍ର ସେଠାରେ ସମ୍ପୃକ୍ତ ଯୁବକଙ୍କ ଭେଟ ପୁଲିସ ପାଇ ନଥିଲା। ମଙ୍ଗଳବାର ନିହାରିକାଙ୍କ ମୃତଦେହ ମିଳିବା ପରେ ପୁଲିସ ଅନୁସନ୍ଧାନକୁ ଅଧିକ ଜୋରଦାର କରିଛି। ତେବେ ନିହାରିକା ସମ୍ପୃକ୍ତ ଯୁବକଙ୍କ ସହ ଯାଇଥିବା ବେଳେ ଆଉ ଫେରି ନଥିଲେ। ପୁଲିସ ଏନେଇ ଖୋଳତାଡ ଆରମ୍ଭ କରିଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ପୁଲିସ ଅନୁମାନ କରୁଥିବା ବେଳେ ଏଥିରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିବା ନେଇ ସନ୍ଦେହ କରାଯାଉଛି। ସମ୍ପୃକ୍ତ ଯୁବକଙ୍କୁ ଖୋଜି ପଚରାଉଚରା କରିବା ପରେ ହୁଏତ ଘଟଣାର ସତ୍ୟାସତ୍ୟ ପଦାକୁ ଆସି ପାରିବ ବୋଲି ପୁଲିସ ଆଶା କରୁଛି। ଏ ସଂକ୍ରାନ୍ତରେ ବିରିଡି ଥାନାରେ ମଧ୍ୟ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଜଗତସିଂହପୁର ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ, ଜଗତସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର, ବିରିଡ଼ି ଆଇଆଇସି ପାରଓ ଟୁଡୁ, ମଧୁପାଟଣା ଆଇଆଇସି ତୁଷାରକାନ୍ତ ସେଠୀ ପ୍ରମୁଖ ମିଳିତଭାବେ ଘଟଣାର ତଦନ୍ତ ଜାରି ରଖିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories