www.samajalive.in
Saturday, December 13, 2025
18.1 C
Bhubaneswar

ବୟସ ଅନୁଯାୟୀ ସ୍ବାସ୍ଥ୍ୟ ପରୀକ୍ଷା

ନିକଟରେ ବମ୍ବେ ହସ୍ପିଟାଲର ବିଶେଷଜ୍ଞଦଳ ପ୍ରତ୍ୟେକ ବର୍ଗର ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ ହେବାକୁ ଉପଦେଶ ଦେଇଛନ୍ତି। କେଉଁ ବୟସରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକ, ଏନେଇ ସେମାନେ ବିଭିନ୍ନ ତଥ୍ୟ ଦେଇଛନ୍ତି।

ନବଜାତ ସନ୍ତାନର ମାନସିକ ସ୍ଥିତି ନେଇ କୌଣସି ପ୍ରକାର ସନ୍ଦେହ ପିତାମାତାଙ୍କ ମନରେ ହେଲେ, ସେମାନଙ୍କର ଥାଇରଏଡ ଟେଷ୍ଟ କରାଯିବା ଆବଶ୍ୟକ। ଜନ୍ମିତ ସନ୍ତାନଙ୍କଠାରୁ ୧ବର୍ଷ ବୟସର ଶିଶୁଙ୍କର ଏହି ପରୀକ୍ଷା କରାଯାଇପାରିବ। ତେବେ ଶିଶୁ ସୁସ୍ଥ ଥିଲେ, ଏସବୁର ଆବଶ୍ୟକତା ନାହିଁ।

- Advertisement -

୨-୩ ବର୍ଷ ବୟସର ଶିଶୁଙ୍କ ପେଟ ସମସ୍ୟା ନିୟମିତ ହେଉଥିଲେ, ଡାକ୍ତରଙ୍କ ପରାମର୍ଶରେ ସେମାନଙ୍କ ଝାଡ଼ା ପରୀକ୍ଷା କରାଇନେବା ଉଚିତ।

୪-୧୪ ବର୍ଷ ବୟସର ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ନିମନ୍ତେ ଡାକ୍ତରଙ୍କ ପାଖରେ ନିୟମିତ ଡାକ୍ତରୀ ପରୀକ୍ଷା କରାଇନେବା ଭଲ।

୧୫-୧୯ ବର୍ଷରେ ଓଜନ ମାତ୍ରାଧିକ ବଢ଼ିଲେ, ସେମାନଙ୍କର ଲିପିଡ୍ ପ୍ରୋଫାଇଲ୍ ଟେଷ୍ଟ, ବ୍ଲଡ୍ ସୁଗାର ଓ ଥାଇରଏଡ୍ ପରୀକ୍ଷା କରାଇନେବା ଆବଶ୍ୟକ।

୨୦-୫୦ ବର୍ଷରେ ପ୍ରତ୍ୟେକ ଦିଗ ପ୍ରତି ସଚେତନ ରହିବା ଜରୁରୀ। ପୁରୁଷମାନେ ନିୟମିତ ଚେକଅପ୍ କରାଇବା ସହ ମହିଳାମାନେ ମାଗୋଗ୍ରାଫି ଓ ସୋନୋଗ୍ରାଫି ନିୟମିତ ବ୍ୟବଧାନରେ କରାଇବା ବିଶେଷଜ୍ଞଙ୍କ ମତ।

୫୦ ବର୍ଷରୁ ବୟସ୍କ ଲୋକେ ପ୍ରତି ମାସରେ ବିପି ଚେକଅପ୍ ସହ ମାସରେ ଥରେ ବ୍ଲଡ ସୁଗାର ପରୀକ୍ଷା କରାଇବା ଭଲ। ଏହା ସହ ମଝିରେମଝିରେ ହୃଦରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ମଧ୍ୟ ଉପକାରୀ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories