www.samajalive.in
Saturday, December 13, 2025
21.1 C
Bhubaneswar

ନୁଡଲ୍ସରେ ଘର ତିଆରି କରି ଚର୍ଚ୍ଚାରେ ବ୍ୟକ୍ତି

ବେଜିଂ : ଆମେ ସମସ୍ତେ ସାଧାରଣତଃ ନୁଡଲ୍ସକୁ ଖାଦ୍ୟ ଭାବେ ବ୍ୟବହାର କରିଥାଉ। ହେଲେ ଚୀନର ଜଣେ ବ୍ୟକ୍ତି ନୁଡଲ୍ସରେ ଘର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି। ଖୁବଶୀଘ୍ର ପିତା ହେବାକୁ ଯାଉଥିବା ଏହି ବ୍ୟକ୍ତି ତାଙ୍କ ଶିଶୁକୁ ଉପହାର ଦେବା ପାଇଁ ଏହି ଘର ନିର୍ମାଣ କରିଛନ୍ତି।

- Advertisement -

ଝାଙ୍ଗ୍‍ ନାମକ ବ୍ୟକ୍ତି ଏହି ନିଆରା ଘର ତିଆରି କରିଛନ୍ତି। ଏହି ପ୍ଲେ-ହାଉସ ତିଆରି କରିବା ପରେ ସେ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ। ଏହି ଫଟୋଗୁଡ଼ିକ ଭାଇରାଲ ହେବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ। ଝାଙ୍ଗ୍‍ଙ୍କ କହିବା ଅନୁସାରେ, ସେ ଅବଧି ଶେଷ ହୋଇଯାଇଥିବା ୨୦୦୦ ନୁଡଲ୍ସ ପ୍ୟାକେଟ୍‍ ସାହାଯ୍ୟରେ ଏହି ଘରକୁ ତିଆରି କରିଛନ୍ତି। ସାଧାରଣତଃ ଘର ତିଆରି କରିବା ପାଇଁ ଇଟାର ବ୍ୟବହାର କରାଯାଇଥାଏ। ହେଲେ ଝାଙ୍ଗ୍‍ ନୁଡଲ୍ସକୁ ହିଁ ଇଟା ଭଳି ବ୍ୟବହାର କରି ଏହି ଘର ତିଆରି କରିଛନ୍ତି।

୪ ବର୍ଗ ମିଟର ଅଞ୍ଚଳରେ ତିଆରି ହୋଇଥିବା ଏହି ଘରେ ଏକ ଖଟ ମଧ୍ୟ ରହିଛି। ଏହି ଖଟରେ ଜଣେ ବ୍ୟକ୍ତି ଆରାମରେ ଶୋଇ ପାରିବ। ଘରେ ଲାଇଟ୍‍ ମଧ୍ୟ ଲାଗିଛି। କେବଳ ଏତିକି ନୁହେଁ ସେ ଏହି ଘରେ ଝରକା ମଧ୍ୟ ତିଆରି କରିଛନ୍ତି। ଝାଙ୍ଗ୍‍ କହିଛନ୍ତି ଯେ, ତାଙ୍କର ଜଣେ ସାଙ୍ଗ ନୁଡଲ୍ସ ହୋଲସେଲର। ତାଙ୍କ ପାଖେ ଅବଧି ଶେଷ ହୋଇଯାଇଥିବା ବହୁତ ନୁଡଲ୍ସ ଥିଲା। ଖରାପ ହୋଇଯାଇଥିବା ଏହି ନୁଡଲ୍ସଗୁଡ଼ିକୁ ସେ ଫିଙ୍ଗି ଦେବାକୁ ଯାଉଥିଲେ କିନ୍ତୁ ଝାଙ୍ଗ୍‍ ତାଙ୍କୁ ରୋକିଥିଲେ ଓ ସେହି ନୁଡଲ୍ସ ପ୍ୟାକେଟ୍‍ଗୁଡ଼ିକୁ ନେଇ ଏହି ଘର ତିଆରି କଲେ। ସାମାଜିକ ଗଣମାଧ୍ୟମରେ ଝାଙ୍ଗ୍‍ଙ୍କ ଏହି କାମକୁ କିଛି ଲୋକ ଖୁବ୍‍ ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାର ସମାଲୋଚନା ମଧ୍ୟ କରୁଛନ୍ତି। ସମାଲୋଚନାପୂର୍ବକ କିଛି ଲୋକ କହିଛନ୍ତି ଯେ, ଅବଧି ଶେଷ ହୋଇଥିବା ଏହି ନୁଡଲ୍ସକୁ ଯଦି ଭୁଲ ବସତଃ ଶିଶୁ ଖାଇଦିଏ ତେବେ ସମସ୍ୟା ସୃଷ୍ଟି ହୋଇଯିବ। ଆଉ କିଛି ଲୋକ କହିଛନ୍ତି, ଖରାପ ନୁଡଲ୍ସରେ ବିଭିନ୍ନ ପ୍ରକାରର କୀଟ ତଥା ଜୀବାଣୁ ଥାଆନ୍ତି। ଶିଶୁର ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ଘର ତିଆରି କରିବା ଉଚିତ ନୁହେଁ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories